ଟ୍ରକ୍ ଟାୟାର ଫାଟିବାରୁ ୪ ଜଣଙ୍କ ଜୀବନ ଗଲା। ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଦାନକୌରରେ ଏଭଳି ଅଘଟଣ ଘଟିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଦେହକୁ ଶବବ୍ୟବଛେଦ ଲାଗି ପଠାଇ ନୋଏଡ଼ା ପୁଲିସ ତଦନ୍ତ ଜାରି ରଖିଛି। ଚକା ଫାଟିଯିବାରୁ ନିୟନ୍ତ୍ରଣ ହରାଇଥିଲା ଟ୍ରକ। ଟ୍ରକରେ ୩୦ ଜଣ ଯାଉଥିଲେ। ଆହତଙ୍କ ଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଇଷ୍ଟର୍ଣ୍ଣ ପେରିଫେରିଆଲ ଏକ୍ସପ୍ରେସ ଓ୍ୱେରେ ଏଭଳି ଦୁର୍ଘଟଣା ହୋଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତାରୁ ହଟାଇଦେବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now