ବିମାନ ଦୁର୍ଘଟଣାରେ ଅଜିତ ପାଓ୍ୱାରଙ୍କ ମୃତ୍ୟୁକୁ ନେଇ ତଦନ୍ତ ଦାବି କରିଛନ୍ତି ଦିଦି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହି ବିମାନ କ୍ରାସ ପଛରେ ଅନେକ ପ୍ରଶ୍ନ ଓ ସନ୍ଦେହ ଉଠୁଛି। ଅଜିତ ପାୱାର ଶରଦ ପାଓ୍ୱାରଙ୍କ ଦଳକୁ ଫେରିବାକୁ ଚାହୁଁଥିଲେ। ଆଉ ଏଭଳି ସମୟରେ ବିମାନ କ୍ରାସ ଘଟଣାକୁ ସହଜରେ ଗ୍ରହଣ କରିହେଉନି। ଏମିତିରେ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ବିକ୍ରି ହୋଇଗଲେଣି। ସେଥିଲାଗି ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ଦାବି କରିଛନ୍ତି ଦିଦି। ଦେଶରେ ଲୋକଙ୍କ ସୁରକ୍ଷା ବିପଦରେ ପଡ଼ିଛି। ସମୟ କମ୍ ହେତୁ ନେତାଏ ଚାଟାର୍ଡ ପ୍ଲେନରେ ଯାଉଛନ୍ତି। ହେଲେ ଏଠି ସୁରକ୍ଷାର ଗ୍ୟାରେଣ୍ଟି ନାହିଁ। ସେପଟେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବି ଏହାର ଯାଞ୍ଚ ଦାବି କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now