ଚୀନ୍ ସୀମାରେ ଏଲଏସିରେ ଅଭ୍ୟାସ ବେଳେ ବଡ଼ ଅଘଟଣ। ଜମ୍ମୁ କଶ୍ମୀର ଲଦାଖରେ ନଦୀରେ ବୁଡ଼ିଲା ଭାରତୀୟ ସେନାର ଟ୍ୟାଙ୍କ। ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢିଥିଲା । ଜଳସ୍ତର ବଢିବା କାରଣରୁ କିଛି ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି। ଫଳରେ ୫ ଜଣ ଯାବାନ ସହିଦ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ଭିତରେ ଅଛନ୍ତି ଜଣେ ଜେସିଓ ଏବଂ ୪ ଜଣ ଯବାନ। ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତ ଟାଙ୍କଟି ହେଉଛି T-72। ଗତ ରାତି ଗୋଟାଏ ବେଳେ ଦୌଲତ ବେଗ ଓଲଡି ଅନ୍ତର୍ଗତ ବୋଧି ନଦୀରେ ବୁଡ଼ି ଯାଇଥିଲା T-72 ଟ୍ୟାଙ୍କ। ସେନା ପକ୍ଷରୁ ବୋଧି ନଦୀରେ ଅଭ୍ୟାସ ଚାଲିଥିଲା। ଏତିକି ବେଳେ ହଠାତ୍ ମାଡି ଆସିଥିଲା ପାଣି। ବଢି ପାଣିରେ ବୁଡ଼ି ଯାଇଥିଲା T-72 ଟ୍ୟାଙ୍କ। ଏହି ଟ୍ୟାଙ୍କରେ ୫ ଜଣ ଯବାନ ଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now