ଟ୍ରାଫିକ୍ ଲାଗି ୧୦ ମିନିଟ ବିଳମ୍ୱ- ବିମାନରେ ଚଢ଼ିପାରିନଥିବା ଭୂମି ଅଳ୍ପକେ ବର୍ତ୍ତିଗଲେ

ଟ୍ରାଫିକରେ ଫସିଥିବାରୁ ମିସ୍ କରିଦେଇଥିଲେ ଫ୍ଲାଇଟ୍। ମାତ୍ର ୧୦ ମିନିଟ୍ ହାତରେ ଥିଲେ, ସେ ଫ୍ଲାଇଟରେ ଚଢ଼ିପାରିଥାଆନ୍ତେ। କିନ୍ତୁ ଟ୍ରାଫିକ ଭିଡ଼ରେ ଫସିଯିବାରୁ ଏୟାରଇଣ୍ଡିଆ ବିମାନ ମିସ୍ କରିଦେଲେ। ଆଉ ବସିଥିଲେ ସେ ବି ଆଉ ଦୁନିଆରେ ନଥାଆନ୍ତେ ବୋଲି କହିଛନ୍ତି ଭୂମି ଚୌହ୍ୱାନ। ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନରେ ସେ ଟିକଟ କରିଥିଲେ। ଯେଉଁ ବିମାନ ଟେକଅଫ ମାତ୍ରେ କ୍ରାସ କରିଥିଲା ଆଉ ଏଥିରେ ଥିବା ୨୪୨ ଯାତ୍ରୀଙ୍କ ଭିତରୁ ୨୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ସେ ଚେକ୍ଇନ ଗେଟରେ ପହଞ୍ଚିସାରିଥିଲେ। ଫ୍ଲାଇଟ ସମୟ ଥିଲେ ଗୋଟାଏ ୧୦ ମିନିଟରେ। ଟ୍ରାଫିକ ଜାମରେ ଫସିଯିବାରୁ ସେ ବିମାନବନ୍ଦରରେ ୧୨ଟା ୨୦ରେ ପହଞ୍ଚିଥିଲେ। କିନ୍ତୁ ଏୟାରଇଣ୍ଡିଆ ୧୨ଟା ୧୦ ସୁଦ୍ଧା ଚେକଇନ, ସିକ୍ୟୁରିଟି ଚେକ୍ ସବୁ କ୍ଲୋଜ କରିଦେଇଥିଲେ। କେବଳ ୧୦ ମିନିଟ ବିଳମ୍ୱ ହୋଇଛି। ତାଙ୍କୁ ଫ୍ଲାଇଟରେ ଯିବାକୁ ଦିଆଯାଉ ବୋଲି ଅନୁରୋଧ କରିଥିଲେ ଭୂମି। ଇମିଗ୍ରେସନ ପ୍ରକ୍ରିୟା ଯାହା ସାରିବାର ଥିବ, ସେ ୧୦ ମିନିଟରେ କ୍ଲିଅର କରିଦେବ। କିନ୍ତୁ ଏୟାରଇଣ୍ଡିଆର ୩ ଜଣ ବରିଷ୍ଠ ଅଧିକାରୀ କହିଥିଲେ, ତାଙ୍କର ୧୦ ମିନିଟ ବିଳମ୍ୱ ଲାଗି ଫ୍ଲାଇଟ୍ ଆହୁରି ୧୫ ମିନିଟ ବିଳମ୍ୱରେ ଉଡ଼ାଣ ଭରିବାକୁ ପଡ଼ିବ। ଆଉ ବାଧ୍ୟ ହୋଇ ଭୂମି ଘରକୁ ଫେରିବାକୁ ପଡ଼ିଥିଲା। ଭୂମି ବିମାନବନ୍ଦରରୁ ଘରକୁ ଫେରିବା ବାଟରେ ହିଁ ବିମାନ ଦୁର୍ଘଟଣା ଖବର ପାଇଥିଲେ। ସେ ଏ ଖବର ପାଇ ଭାଙ୍ଗିପଡ଼ିଥିଲେ। ତ ଅନ୍ୟ ପଟେ ଭଗବାନଙ୍କୁ ଏଥିଲାଗି କୃତଜ୍ଞତା ଜ୍ଞାପନ କରିଥିଲେ। ସେ ଅଳ୍ପକେ ବର୍ତ୍ତିଗଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *