ସଡ଼କ ଦୁର୍ଘଟଣାରେ କନ୍ୟା ମୃତ। ଆଉ ବର ଗୁରୁତର। ବିହାରର ଆରାରେ ଏଭଳି ଦୁର୍ଘଟଣା ଘଟିଛି। ବିବାହ ପରେ ଶ୍ୱଶୁର ଘରକୁ ଆସୁଥିଲା ବେଳେ ବର କନ୍ୟା ଗାଡ଼ିକୁ ଧକ୍କା ଦେଇଥିଲା ଟ୍ରକ। ଆଉ ଏଥିରେ ଗୁରୁତର ଆହତ ହୋଇଥିଲେ ବର-କନ୍ୟା। ହସ୍ପିଟାଲ ନେବା ବାଟରେ ହିଁ କନ୍ୟାର ମୃତ୍ୟୁ ହୋଇଯାଇଛି। ବରର ଅବସ୍ଥା ସଂକଟାପନ୍ନ ରହିଛି। ବିହିୟା- ବିହଚା ଷ୍ଟେଟ ହାଇଓ୍ୱେରେ ଏଭଳି ଦୁର୍ଘଟଣା ଘଟିଥିଲା। ଗାଡ଼ିରେ ଥିବା ବର-କନ୍ୟାଙ୍କ ସମେତ ୭ଜଣ ଆହତ ହୋଇଥିଲେ। କନ୍ୟାର ପାଟନାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୁଅ ଆଇସିୟୁରେ ମରଣ ସହ ସଂଘର୍ଷ କରୁଥିଲା ବେଳେ ବୋହୂକୁ ମୁଖାଗ୍ନି ଦେଇଛନ୍ତି ଶ୍ୱଶୁର। ବାପ ଘରୁ ବିଦା ହେବା ପରେ ବାଟରେ ଯେ ମରଣ ଅପେକ୍ଷା କରିଥିଲା ତାହା କିଏ ବା ଜାଣିଥିଲା। ଶ୍ୱଶୁର ଘରେ ନବବଧୂ ପହଞ୍ଚିବା ଆଗରୁ ତାଙ୍କର ମରଶରୀର ପହଞ୍ଚିଥିଲା। କନ୍ୟାବିଦା ପରେ ବର ମୋନୁ କନ୍ୟା ଲଳିତା ବାହାରିଥିଲେ। କିନ୍ତୁ ଅଧା ବାଟରେ ଏକ ଟ୍ରକ ସହ ବରକନ୍ୟା ଗାଡ଼ି ମୁହାଁମୁହିଁ ଧକ୍କା ଖାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now