ବିଲଡିଂ ଛାତରେ ବାଡ଼େଇହେଲା ବିମାନ। ବିମାନ ଦୁର୍ଘଟଣାଗ୍ରସ୍ତ ଲାଗି ୨ଜଣଙ୍କ ମୃତ୍ୟୁ ସହ ୧୫ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ବି ରହିଛି। କାରଣ ଆହତଙ୍କ ଭିତରୁ ଅଧିକାଂଶଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆମେରିକାର ଦକ୍ଷିଣ-କାଲିଫର୍ଣ୍ଣିଆରେ ପ୍ଲେନ୍ କ୍ରାସ ପରେ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା ପୁଲିସ। ଏକ ଛୋଟ ବିମାନ ଉଡ଼ାଣ ବେଳେ କୋଠାର ଛାତ ଉପରେ ମାଡ଼ କରିଥିଲା। ଅରେଞ୍ଜ କାଉଣ୍ଟିଂର ଫୁଲରଟନ ମ୍ୟୁନିସିପାଲ ଏୟାରପୋର୍ଟ ପାଖରେ ଏହି ଦୁର୍ଘଟଣା ହୋଇଛି। ଏହି ବିମାନବନ୍ଦରରେ ଏକ ରନଓ୍ୱେ ଓ ଏକ ହେଲିପ୍ୟାଡ୍ ରହିଛି। ବିମାନରେ ନିଆଁ ଲାଗିବାରୁ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ଏହାକୁ କାବୁ କରିଥିଲା। ଆଖପାଖ ଅଞ୍ଚଳ ଖାଲି କରିଦିଆଯାଇଛି। ବିମାନ ଦୁର୍ଘଟଣା ପରେ ସଂପୃକ୍ତ କୋଠାରେ ବି ନିଆଁ ଲାଗିଯାଇଥିଲା। ବିଲଡିଂରୁ ବି ଲୋକଙ୍କୁ ଉଦ୍ଧାର କରାଯାଇଛି। ଯେଉଁ ବିଲଡିଂରେ ବିମାନ ପିଟିହେଲା, ତାହା ଏକ ଫର୍ଣ୍ଣିଚର ଓ୍ୱେୟାରହାଉସ୍ ଦୋକାନ ଥିଲା। ଫେଡେରାଲ ଆଭିଏସନ ପ୍ରଶାସନ କହିଛି ବିମାନଟି ସିଙ୍ଗଲ ଇଞ୍ଜିନ ଆରଭି-୧୦ର ଥିଲା। ବିମାନ ଦୁର୍ଘଟଣାର ମିଳିତ ତଦନ୍ତ ଆରମ୍ଭ କରିଛି ଫେଡେରାଲ ଆଭିଏନସ ଆଡମିନିଷ୍ଟ୍ରେସନ ଓ ନାସନାଲ ଟ୍ରାନ୍ସପୋର୍ଟ ସେଫଟି ବୋର୍ଡ।
ଏହା ପୂର୍ବରୁ ଦକ୍ଷିଣ କୋରିଆରେ ଗଲା ରବିବାର ଯାତ୍ରୀବିମାନ ରନଓ୍ୱେରୁ ଖସି କଂକ୍ରିଟ କାନ୍ଥରେ ପିଟି ହେବାରୁ ବିମାନରେ ଥିବା କେବଳ ଦୁଇ ଜଣଙ୍କୁ ଛାଡ଼ି ବାକି ୧୭୯ ଲୋକଙ୍କ ମୃତ୍ୟୁ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now