ପାଇଲଟ କାହିଁକି କରିଥିଲେ ମେଡେ କଲ୍?

ଅହମଦାବାଦରେ ବିମାନ କ୍ରାସ ପୂର୍ବରୁ ମେଡେ କଲ୍ କରିଥିଲେ ପାଇଲଟ। ମେଡେ କଲର ଅର୍ଥ ହେଉଛି, ଆପାତକାଳୀନ ସ୍ଥିତିରେ ତୁରନ୍ତ ସାହାଯ୍ୟ ଲୋଡିବା। ଏହା ଏକ ଡିଟ୍ରେସ କଲ। ବିମାନ କୌଣସି ଗମ୍ଭୀର ବିପଦରେ ପଡ଼ିଲେ କି ଜୀବନକୁ ବିପଦ ବେଳେ ମେଡେ ଶବ୍ଦର ବ୍ୟବହାର ପାଇଲଟ ବା କ୍ୟାପଟେନ୍ କରିଥାଆନ୍ତି। ପାଇଲଟ ଏ କ୍ଷେତ୍ରରେ କଣ୍ଟ୍ରୋଲ ରୁମକୁ ସୂଚିତ କରିଥାନ୍ତି କି ତାଙ୍କ ନିୟନ୍ତ୍ରଣ ବାହାରକୁ ସ୍ଥିତି ଚାଲିଗଲାଣି। ସେ ନିରୁପାୟ। ଆଉ କିଛି କରିପାରିବେନି। ସେଥିଲାଗି ତତ୍କାଳ ସହଯୋଗ ମାଗନ୍ତି। ମେଡେ ଶବ୍ଦ ଫ୍ରାନ୍ସରୁ ଆସିଛି। ଏହାର ଅର୍ଥ ମୋତେ ସାହାଯ୍ୟ କର। ଅହମଦାବାଦର ଏୟାରଇଣ୍ଡିଆ ବିମାନର ପାଇଲଟ ସୁମିତ ସଭରଓ୍ୱାଲ ଏହି ମେଡେ କଲ୍ କରିଥିଲେ। ଏହି ବିମାନରେ କାନାଡ଼ାର ଜଣେ, ବ୍ରିଟେନର ୫୩, ପର୍ତ୍ତୁଗାଲ ୭ ନାଗରିକ ବିମାନରେ ଥିଲେ। ଆଉ ବାକି ସମସ୍ତେ ଭାରତୀୟ ଥିଲେ। ୧୬୯ ଭାରତୀୟ ଯାତ୍ରୀ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *