ରାଜକନିକା ଥାନା ଅନ୍ତର୍ଗତ ନନ୍ଦିମାହାରା ଗାଁରେ ଘଟିଯାଇଛି ଏକ ଦୁଖଃଦ ଘଟଣା। ସୋମବାର ସକାଳ ୯ଟା ବେଳେ ନନ୍ଦିମାହାରା ଗାଁର ରଞ୍ଜନ ବେହେରାଙ୍କ ପାଞ୍ଚ ବର୍ଷ ର ଶିଶୁ ପୁତ୍ର ରୋହନ ବେହେରା ଘର ପାଖରେ ଖେଳୁଥିବା ସମୟରେ ବାଡ଼ି ପୋଖରୀରେ ପଡି ଯାଇଥିଲା। ବହୁତ ଖୋଜାଖୋଜି କରିବା ପରେ ରୋହନକୁ ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ରୋହନଙ୍କୁ ପୋଖରୀରୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ରାଜକନିକା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ରୋହନଙ୍କ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରଜୁ କରି ଶବ ବ୍ୟବଛେଦ ପାଇଁ ଆଳି ପଠାଇଥିଲା

Naxatra News is now on Whatsapp
Join and get latest news update delivered to you via whatsapp
Join Now