ନିଶାରେ ଦ୍ରୁତ ଗାଡ଼ି ଚାଳନା ନେଇଗଲା ୬ ଜୀବନ

 ନିଶାରେ ଦ୍ରୁତଗାଡ଼ି ଚାଳନା ନେଇଗଲା ୬ଜଣଙ୍କ ଜୀବନ। ଡେରାଡୁନରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଛି। ଏକ ବିଏମଡବ୍ଲୁ କାରକୁ ଓଭରଟେକ୍ ବେଳେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜଣଙ୍କ ମୁଣ୍ଡ ଶରୀରରୁ ଛିଡ଼ି ୪୦ ମିଟର ଦୂରରେ ପଡ଼ିଥିଲା। ଗାଡ଼ିରେ ବସିବା ଆଗରୁ କିଭଳି ୭ଜଣ ସାଙ୍ଗ ପାର୍ଟିରେ ମଦ ପିଇଥିଲେ ଓ ନାଚୁଥିଲେ, ତାହାର ଭିଡ଼ିଓ ଭାଇରାଲ ହୋଇଛି। ବିଏମଡବ୍ଲକୁ ଓଭରଟେକ୍ କରୁଥିଲା ବେଳେ ସାମ୍ନାରୁ ଆସୁଥିବା ଟ୍ରକ୍ ସହ ସେମାନଙ୍କ ଗାଡ଼ି ମୁହାଁମୁହିଁ ହୋଇଯାଇଥିଲା। ନୂଆ ଇନୋଭାରେ ବିଳମ୍ୱିତ ରାତି ସାଢ଼େ ଗୋଟାଏରେ ନିଶାଗ୍ରସ୍ତ ଅବସ୍ଥାରେ ଏମାନେ ଗାଡ଼ିରେ ଥିଲେ। ୭ଜଣଙ୍କ ଭିତରୁ ୬ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମୃତକଙ୍କ ବୟସ ପ୍ରାୟ ୨୦ରୁ ୨୫ ବର୍ଷ ଭିତରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *