ଡିଜିସିଏ ଏୟାର୍ ଇଣ୍ଡିଆର କ୍ରୁ ରୋଷ୍ଟରିଂ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିବାକୁ ନିର୍ଦେଶ ଦେଇଛି। ଏଥିରେ କ୍ରୁ ରୋଷ୍ଟରିଂ ମୁଖ୍ୟ ଅଧିକାରୀ ଓ ଜଣେ ଉପାଧ୍ୟକ୍ଷ ଅଛନ୍ତି।କ୍ରିଉ ସିଡ୍ୟୁଲିଂରେ ଗଡ଼ବଡି ଲାଗି ଏଭଳି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସେମାନଙ୍କୁ ଲାଇସେନ୍ସ ନିୟମ, କାର୍ଯ୍ୟ ଅବଧି, ବିଶ୍ରାମ ସମୟ ଓ ଅନୁଭବ ସଂପୂର୍ଣ୍ଣ କରିନଥିବା ଉପରେ ଅଭିଯୋଗ ମିଳିଛି। ୧୦ ଦିନ ଭିତରେ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛି ଡିଜିସିଏ। ଏହା ସହ ଡିଜିସିଏ ଏୟାରବସ୍ ବିମାନଗୁଡ଼ିକର ଏମରଜେନ୍ସି ସ୍ଲାଇଡ୍ ଇନ୍ସପେକ୍ସନ ବିଳମ୍ବ ପାଇଁ ଏୟାର୍ ଇଣ୍ଡିଆକୁ ଚେତାବନୀ ଦେଇଛି। ଏଥିରେ ତିନିଟି ବିମାନ ଦୁବାଇ, ରିୟାଧ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଯେଉଁଥିରେ ୩ ମାସ ପର୍ଯ୍ୟନ୍ତ ସ୍ଲାଇଡ୍ ଚେକ୍ ହୋଇନଥିଲା। ୧୨ ଜୁନ ରେ ଘଟିଥିବା ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା ପରେ, ଡିଜିସିଏ ସମସ୍ତ ୩୩ଟି ବୋଇଂ ୭୮୭ ବିମାନର ଯାଞ୍ଚ ଆରମ୍ଭ କରିଛି। ୨୪ଟି ବିମାନର ଚେକ୍ କରାଯାଇଛି, ଯେଉଁଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ମିଳିନାହିଁ।ପୁଣେ ବିମାନ ବନ୍ଦରରେ ଏୟାର୍ ଇଣ୍ଡିଆ ବିମାନ ପକ୍ଷୀ ଆକ୍ରମଣରେ ପଡ଼ିବା ପରେ, ଡିଜିସିଏ ୨୩ ଜୁନ ରେ ସମସ୍ତ ବିମାନ ବନ୍ଦର ଅଧିକାରୀଙ୍କୁ ନେଇ ବୈଠକ ଡାକିଛି। ଏଥିରେ ବନ୍ୟଜନ୍ତୁ ଓ ପକ୍ଷୀ ସମସ୍ୟା ନିବାରଣ ଉଦ୍ଦେଶ୍ୟରେ ଆଲୋଚନା ହେବ।


Naxatra News is now on Whatsapp
Join and get latest news update delivered to you via whatsapp
Join Now