ମର୍ମନ୍ତୁଦ ଦୁର୍ଘଟଣା:୪ ମୃତ

ନୂଆପଡା ଜିଲ୍ଲା ଖଡ଼ିଆଳ ଲଛିପୂର ଗାଁ ନିକଟରେ ଦୁର୍ଘଟଣା। ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା କାର୍। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ l ମୃତକମାନେ ହେଲେ ଖଡ଼ିଆଳ ସହରର ଶୁଭମ ମହାନ୍ତି, ଦେବେନ୍ଦ୍ର ସିଂ ଲାଲ, ରିଷି ସାହୁ ଏବଂ ଗୋଇମୁଣ୍ଡି ଗାଁର ଦେବରାଜ ପଟେଲ l ସୂଚନା ମୁତାବକ, ମୃତକ ରିଷି ସାହୁଙ୍କ ଜନ୍ମଦିନ ଭୋଜି ଖାଇ କୌଣସି କାମ ପାଇଁ ଏକ କାରରେ ଯାଉଥିବା ବେଳେ ଲଛିପୁର ଗାଁ ନିକଟରେ ଭରସାମ୍ୟ ହରାଇ ପ୍ରଥମେ ଏକ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା। ପରେ ପଛପଟୁ ଯାଉଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଖଣ୍ଡ ବିଖଣ୍ଡିତ ହେବା ସହ ଟ୍ରାକ୍ଟରର ପଛ ଚକ ଅଲଗା ହୋଇଯାଇଥିଲା। କାରରେ ଥିବା ସମସ୍ତଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏଥିସହ ଟ୍ରାକ୍ଟର ଡ୍ରାଇଭରଙ୍କ ସମେତ ଅନ୍ୟ ୪ଜଣ ଆହତ ହୋଇ ଥିବା ଜଣାପଡିଛି l ଖବରପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *