ଅହମ୍ମଦାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୯ମୃତ, ୧୦ରୁ ଅଧିକ ଆହତ

Spread the love

ଅହମ୍ମଦାବାଦ : ରାଜପଥ କ୍ଲବରୁ ଆସୁଥିବା ଏକ ଦ୍ରୁତଗାମୀ କାର ଅହମ୍ମଦାବାଦର ଇସକନ୍ ବ୍ରିଜ ଉପରେ ବିଳମ୍ବିତ ରାତିରେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଉଡାଇ ଦେଇଥିଲା । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଏବଂ ଜଣେ ହୋମଗାର୍ଡ ଯବାନ ମଧ୍ୟ ଅଛନ୍ତି । ୧୦ରୁ ଅଧିକ ଲୋକ ଆହତ ହୋଇ ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର ଧକ୍କା ଏତେ ଭୟଙ୍କର ଥିଲା ଯେ କାର ସାମ୍ନାରେ ଆସିଥିବା ଲୋକମାନଙ୍କ ଶରୀର ୨୫ ରୁ ୩୦ ଫୁଟ ଦୂରକୁ ଫିଙ୍ଗି ହେଇଯାଇଥିଲା ।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ସହରର ଇସକନ୍ ବ୍ରିଜରେ ଯାଉଥିବା ଡମ୍ପର ପଛରେ ଏକ ଜାଗ୍ୱାର କାର ଧକ୍କା ହୋଇଥିଲା। ଦୁର୍ଘଟଣା ସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । କର୍ଣ୍ଣବତୀ କ୍ଲବ ଆଡୁ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଆସୁଥିବା ଏକ କାର ସେଠାରେ ଠିଆ ହୋଇଥିବା ଲେକଙ୍କ ଉପରେ ଚଢିଯାଇଥିଲା। ଏହି ଦୁର୍ଘଟଣାରେ କନଷ୍ଟେବଳ ଧର୍ମେନ୍ଦ୍ର ସିଂଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ୧୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତମାନଙ୍କୁ ସୋଲା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଟ୍ରାଫିକ ବିଭାଗର ଏସିପି ଏସଜେ ମୋଦୀ କହିଛନ୍ତି ଯେ, ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟମାନଙ୍କୁ ସୋଲା ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ଦୁର୍ଘଟଣାର କାରଣ ହୋଇଥିବା କାରର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ସିମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *