ନିଆଁ ଲାଗି ଜଳିଗଲା ୩ ପରିବାର ର ୧୨ ବଖରା ଘର । ଏଭଳି ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା କମଳାପଦରରେ । ସମସ୍ତେ ଶୋଇଥିବା ଏଭଳି ଅଗ୍ନିକାଣ୍ଡ ଘଟିଥିବାବେଳେ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଲକ୍ଷାଧିକ ଟଙ୍କାର ସମ୍ପତି ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ନିଆଁ ଲାଗିଥିବା ବେଳେ ଘରେ ଥିବା ଏକ ଗ୍ୟାସ ଟାଙ୍କି ମଧ୍ୟ ଫାଟିଯାଇଛି । ଘଟଣାରେ କେହି ଆହତ ହୋଇନଥିବାବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now