ହାୱଡ଼ା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ, ଜଳିଗଲା ୩ ବଗି

Spread the love

ସିକନ୍ଦରାବାଦ : ହାୱଡ଼ାରୁ ସିକନ୍ଦରାବାଦ ଅଭିମୁଖେ ଯାଉଥିବା ଫାଲକନୁମା ଏକ୍ସପ୍ରେସରେ ଘଟିଛି ଅଗ୍ନିକାଣ୍ଡ । ଫଳରେ ହୁତୁ ହୁତୁ ହୋଇ ଜଳି ଯାଇଛି ଟ୍ରେନ୍ ର ତିନୋଟି ବଗି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି । ସର୍ଟସର୍କିଟରୁ ଟ୍ରେନ୍ ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ହେଲେ ପ୍ରକୃତରେ ନିଆଁ କିପରି ଲାଗିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ହାୱଡ଼ାରୁ ସିକନ୍ଦରାବାଦ ଅଭିମୁଖେ ଯାଉଥିବା ବେଳେ ଆଜି ସିକନ୍ଦରାବାଦ ନିକଟ ପଗଡ଼ିପାଲି -ବୋମାଇପାଲି ମଧ୍ୟରେ ଟ୍ରେନ୍ ରେ ନିଆଁ ଲାଗିଥିବା ଜଣାପଡିଛି । ଏସ-୪, ଏସ-୫ ଓ ଏସ-୬ ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନ୍ ଟି ଦୀର୍ଘ ସମୟ ଧରି ସେଠାରେ ଅଟକି ରହିଥିବାରୁ ବସ୍ ଯୋଗେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି ।

Leave a Reply

Your email address will not be published. Required fields are marked *