ଦୁର୍ଘଟଣା

ଟ୍ରେନ ବଗିରେ ନିଆଁ

ଚିତ୍ତୋର: ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସର ଏକ ବଗିରେ ନିଆଁ ଲାଗିଥିଲା। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବାରୁ ବଡ ଅଘଟଣାକୁ ଏହାଇ ଦିଆଯାଇଛି।

ସୂଚନା ମୁତାବକ, ଚିତ୍ତୋର ଜିଲ୍ଲା, କୁପାମ ଷ୍ଟେସନ ନିକଟରେ ସାର୍ ଏମ୍ ବିଶ୍ବେଷବରାୟା ଟର୍ମିନାଲ୍-ହାୱଡା ଦୁରୋନ୍ତୋ ଏକ୍ସପ୍ରେସ ପହଞ୍ଚିବା କ୍ଷଣି ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିଲା।  ନିଆଁ ଲାଗିବାର ଦେଖି ସ୍ଥାନୀୟ ଜିଆରପି କର୍ମକର୍ତ୍ତା ବଗି ଭିତରେ ପଶି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏହି ଘଟଣାରେ କାହାର ମୃତାହତର ସୂଚନା ନାହିଁ। ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପ୍ରାଥମିକ ତଦନ୍ତରୁ କୋଚରେ ବ୍ରେକ୍ ବ୍ଲକ ଘର୍ଷଣରୁ ନିଆଁ ଲାଗିଥିବା ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button