କପଡା ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ଶ୍ରମିକ ମୃତ

ଉତ୍ତରପ୍ରଦେଶର ଗାଜିଆବାଦରେ ବଡ ଅଘଟଣ । ଏକ କପଡା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିପରି ବିସ୍ଫୋରଣ ହୋଇଛି ସେନେଇ ପୋଲିସ ଅନୁସନ୍ଧାନ କରୁଛି। ସୂଚନା ପାଇବା ମାତ୍ରେ ଶହ ଶହ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ମୃତ ଶ୍ରମିକଙ୍କ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କାରଖାନା ଅପରେଟରଙ୍କ ଅବହେଳା ନେଇ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଗ୍ନିଶମ ବାହିନୀ ଦଳ ଓ ପୋଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁର୍ଘଟଣାରେ ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ସକାଳ ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। କୁହାଯାଉଛି ଯେ ଦୁର୍ଘଟଣା ଘଟିଥିବା ବେଳେ କର୍ମଚାରୀମାନେ କାରଖାନାରେ କାମ କରୁଥିଲେ। ହଠାତ୍ ବଏଲର ବିସ୍ଫୋରଣ ହୋଇ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, କାରଖାନାର ଦୁଇଟି ସିଫ୍ଟରେ କାମ କରାଯାଇଥାଏ । ନାଇଟ୍ ସିଫ୍ଟ କର୍ମଚାରୀମାନେ କାମ କରୁଥିବାବେଳେ ହଠାତ୍ ବଏଲର ବିସ୍ଫୋରଣ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ବାହାରକୁ ଦୌଡିବା ଆରମ୍ଭ କଲେ । ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏଥିମଧ୍ୟରେ ତିନିଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଶ୍ରମିକମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କର ଚିକିତ୍ସା ଜାରି ଅଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *