ଗୁଜରାଟର ଦ୍ୱାରକାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୪ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ବସ୍ ଡିଭାଇଡର ଅତିକ୍ରମ କରି ଅନ୍ୟ ଗଳିକୁ ଆସି ୩ଟି ଗାଡ଼ି ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ୫୧ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ଟି ଦ୍ୱାରକାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲା। ବାଟରେ ପଶୁମାନେ ଆସିବାରୁ ଡ୍ରାଇଭର ହଠାତ୍ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ପଶୁମାନଙ୍କୁ ବଞ୍ଚାଇବାକୁ ଯାଇ ବସ୍ଟି ଡିଭାଇଡର ସହ ଧକ୍କା ହୋଇଥିଲା। ରାଜପଥରେ ଦ୍ରୁତ ବେଗରେ ଯାଉଥିବାରୁ ବସ୍ଟି ଡିଭାଇଡର ଅତିକ୍ରମ କରି ଦ୍ବିତୀୟ ଲେନ୍କୁ ଆସି ସାମ୍ନାରୁ ଆସୁଥିବା ୩ଟି ଗାଡିକୁ ଧକ୍କା ଦେଇଥିଲା। ପ୍ରାୟ ୧୪ ଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଉଛି। ମୃତକଙ୍କ ମଧ୍ୟରୁ ୬ ଜଣ ଗାନ୍ଧୀନଗରର କାଲୋଲର ବୋଲି ଜଣାପଡ଼ିଛି। ସେହିପରି ବସରେ ବସିଥିବା ମୃତ ବ୍ୟକ୍ତି ଦ୍ୱାରକାର ବାସିନ୍ଦା ଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now