ଗୁଣ୍ଟର ରାଲି ଅଘଟଣ- ଜଗନମୋହନ ରେଡ୍ଡୀଙ୍କ ସମେତ ଡ୍ରାଇଭରଙ୍କ ନାଁରେ ଏତଲା

ଗୁଣ୍ଟର ରାଲି ମାମଲାରେ ଡ୍ରାଇଭର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ଼ିଙ୍କ ବିରୋଧରେ ମାମଲା ରୁଜୁ ହେଲା। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଦୁଃଖଦ ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୱାଇଏସଆର କଂଗ୍ରେସ ନେତା ଏସ. ଜଗନ ମୋହନ ରେଡ଼ି, ତାଙ୍କ ଡ୍ରାଇଭର ରମଣ ରେଡ଼ି ଓ ଅନ୍ୟ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୧୮ ଜୁନରେ ଗୁଣ୍ଟୂର ନିକଟରେ ଚାଲିଥିବା ରାଲି ସମୟରେ ଏକ ଗାଡ଼ି ତଳେ ପଡ଼ି ଚେଲି ସିଙ୍ଗାଈଅହ୍ (୫୪ ବର୍ଷ) ନାମକ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା। ସେ ଜଗନଙ୍କ ରାଲିରେ ।ଯୋଗ ଦେଇଥିଲେ। ଅସୁସ୍ଥ ଅବସ୍ଥାରେ ହସ୍ପିଟାଲ କୁ ନେବା ସମୟରେ ସେ ଜୀବନ ହରାଇଥିଲେ।ପୋଲିସ ଡ୍ରୋନ ଓ ସିସିଟିଭି ଫୁଟେଜ୍ ଦ୍ୱାରା ଘଟଣାର ନିରୀକ୍ଷଣ କରିଥିଲା। ଆରମ୍ଭରୁ ଅପମୃତ୍ୟୁ ଧାରା ଲଗାଯାଇଥିବା ବେଳେ ଏବେ ଧାରା ୧୦୫ ଓ ୪୯ ଅନ୍ତର୍ଗତ ଅପରାଧିକ ଅଭିଯୋଗ ରଖାଯାଇଛି, ଯାହା ଅବୈଧ ହତ୍ୟା ପାଇଁ ଲାଗୁ ହୁଏ।ଡ୍ରାଇଭର ରମଣ ରେଡ଼ି ଗିରଫ ହୋଇଛନ୍ତି। ରାଲି ପାଇଁ ମାନ୍ୟତା ମିଳିଥିବା ୧୪ ଟି ଗାଡ଼ି ବଦଳରେ ୫୦ ଟି ଉପସ୍ଥିତ ଥିବା ଜଣାପଡ଼ିଥିଲା। ପୁୃଲିସ ତଦନ୍ତ ଜାରି ରଖିଛି ଯେ, ମୃତ୍ୟୁ ପରେ ବି ଶୋଭାଯାତ୍ରା କାହିଁକି ବନ୍ଦ କରାଯାଇନଥିଲା। ଅଭିଯୁକ୍ତଙ୍କ ତାଲିକାରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ ଜଗନମୋହନ ରେଡ୍ଡୀ, ଡ୍ରାଇଭର ରମଣ ରେଡ୍ଡୀ, ପୂର୍ବତନ ସାଂସଦ ଓୱାଇ ଭି ସୁବା ରେଡ୍ଡି, ପୂର୍ବତନ ମନ୍ତ୍ରୀ ପେର୍ଣ୍ଣି ନାନି, ବିଦାଦଳା ରାଗିନୀ ଓ ଜଗନଙ୍କ ବ୍ୟକ୍ତିଗତ ସହଯୋଗୀ ନାଗେଶ୍ୱର ରେଡ୍ଡୀ। ଏହି ଘଟଣା ଆନ୍ଧ୍ରପ୍ରଦେଶ* ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ସାଜିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *