ହଂକଂ ଆପାର୍ଟମେଣ୍ଟ ନିଆଁ- ୪୪ ମୃତ,୩ଶହ ନିଖୋଜ!

ହଂକଂର ତାଇ ପୋ ଜିଲ୍ଲାର ଓ୍ୱାଙ୍ଗ ଫୁକ କୋର୍ଟ ହାଉସିଂ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡରେ ୪୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ମୃତକଙ୍କ ଭିତରେ ୩୭ ବର୍ଷୀୟ ଜଣେ ଫାୟାର ଫାଇଟର ବି ଅଛନ୍ତି। କାରଣ ୨୮୦ରୁ ଉର୍ଦ୍ଧ୍ୱଙ୍କ ପତ୍ତା ମିଳୁନି। ବୁଧବାର ଦ୍ୱିପ୍ରହର ଅଢ଼େଇଟା ପାଖାପାଖି ଏହି ନିଆଁ ଲାଗିଥିଲା। ଶୁଖିଲା ପତ୍ର ଭଳି ଜଳୁଛି ଆପାର୍ଟମେଣ୍ଟ। ଏହି ଆପାର୍ଟମେଣ୍ଟ ୧୯୮୦ ଦଶକରେ ନିର୍ମାଣ ହୋଇଥିଲା। ଏହି ହାଉସିଂ କମ୍ପ୍ଲେକ୍ସରେ ୨ହଜାର ଫ୍ଲାଟ୍ ଅଛି। ଏଥିରେ ପ୍ରାୟ ୪ହଜାର ଲୋକ ରହୁଥିଲେ। ଏବେ ବଡ଼ ଧରଣର ନବୀକରଣ କାମ ଚାଲିଥିଲା। ନବୀକରଣ ପାଇଁ ସମସ୍ତ କୋଠା ଚାରିପଟେ ଅଏଲ ପେଣ୍ଟ, ବାଉଁଶର ମଞ୍ଚ ଲାଗିଥିଲା। ଆଉ ଏହି କାରଣରୁ ହିଁ ନିଆଁ ଅତି ବେଗରେ ବ୍ୟାପିଯାଇଥିଲା। କାରଣ ଏହି ପଲିଷ୍ଟାଇନ୍ ଅତ୍ୟଧିକ ଜ୍ୱଳନଶୀଳ ଅଟେ। ଦେଖୁ ଦେଖୁ ୩୧ମହଲା ଟାଓ୍ୱାର ବିଶିଷ୍ଟ ଆପାର୍ଟମେଣ୍ଟକୁ ପୁରା କବଜାକୁ ନେଇଯାଇଥିଲା ନିଆଁ। ଆକାଶଚୁମ୍ୱୀ ଏହି ହାଉସିଂ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଏତେ ଭୟାବହ ଥିଲା ଯେ, ଅଗ୍ନିଶମ ବିଭାଗ ନିଆଁକୁ ନିୟନ୍ତ୍ରଣ ସହ ରେସକ୍ୟୁ ଅପରେସନ ଲାଗି ନାକେଦମ ହୋଇପଡ଼ିଥିଲା। ସ୍ଥିତିର ଗମ୍ଭୀରତାକୁ ଦେଖି ଅଗ୍ନିଶମ ବିଭାଗ ଏହାକୁ ଲେବୁଲ-୫ ଆଲାର୍ମ ଫାୟାର ଘୋଷଣା କରିଥିଲା। ଏହାର ଅର୍ଥ ହଂକଂରେ ଅଗ୍ନିକାଣ୍ଡର ସବୁଠୁ ଗମ୍ଭୀର ଶ୍ରେଣୀ। ଗଲା ୬୦ ବର୍ଷ ଭିତରେ ଏହା ସବୁଠୁ ଘାତକ ନିଆଁ କୁହାଯାଉଛି। ୭ଶହରୁ ଅଧିକ ଫାୟାର ଫାଇଟର୍ସ ନିଆଁ ଲିଭାଇବା ଓ ରେସକ୍ୟୁ ଅପରେସନରେ ଲାଗିଥିଲେ। ଏହି ଘଟଣାରେ ଦାୟୀ ୩ଜଣଙ୍କୁ ଗିରଫ କରାଯାଇଛି। ନବୀକରଣର ଦେଖାଶୁଣା କରୁଥିବା କମ୍ପାନୀର ଦୁଇ ନିର୍ଦେଶକ ଓ ଜଣେ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଉପରେ ସାମୂହିକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣାରେ ନିଜ ଆଡ଼ୁ ସଂଜ୍ଞାନ ନେଇ ରେସକ୍ୟୁ ଅପରେସନକୁ ଜୋରଦାର କରିବାକୁ ଆଦେଶ ଦେଇଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ବିଳମ୍ୱିତ ରାତିରେ ନିଆଁକୁ ଆୟତ୍ତ କରାଯାଇଥିଲା। ପ୍ରାୟ ୭ଶହରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରଖାଯାଇଛି। ଏହା ବ୍ୟତୀତ ପୁଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ନେଇ ନିଆଁର କାରଣ ଠାବ କରିବାକୁ ଏକ ଟିମ୍ ଗଠନ କରାଯାଇଛି। ସ୍କାଏଫୋଲଡିଂ ପଡ଼ିବାରୁ ନିଆଁ ପ୍ରବଳ ବେଗରେ ମାତିଯାଇଥିଲା। ମୋଟ୍ ୮ଟି ଟାଓ୍ୱାର ବ୍ଲକର ୭ଟିରେ ନିଆଁ ଲାଗିଯାଇଥିଲା। ୧୨୮ ଫାୟାର ଟ୍ରକ୍, ୫୭ ଆମ୍ୱୁଲାନ୍ସ ଓ ପ୍ରାୟ ୮ଶହରୁ ଅଧିକ ରେସକ୍ୟୁ ଟିମ୍ ମୁତୟନ ହୋଇଥିଲେ।ଯେଉଁମାନେ ଫସିଥିଲେ, ସେମାନେ ନିଜର କବାଟ ଓ ଝରକାକୁ ବନ୍ଦ କରି ଓଦା କପଡ଼ା ଓ ଟେପରେ ସିଲ୍ କରିବାକୁ କୁହାଯାଇଥିଲା। ଏଭଳି ବିପତ୍ତି ବେଳେ ସାହାଯ୍ୟ କରିବାକୁ ଚୀନର ଅନେକ କମ୍ପାନୀ ଆଗେଇ ଆସିଛନ୍ତି। ଜିଓମି, ଟେନସେଣ୍ଟ ଓ ଆଣ୍ଟା କମ୍ପାନୀ ମିଳିତ ଭାବେ ୬.୪ ମିଲିୟନ ଡଲାରର ଆର୍ଥିକ ସହାୟତା ହଂକଂ ପ୍ରଶାସନକୁ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *