ବାୟୁସେନାର ଫାଇଟର ଜେଟ୍ କ୍ରାସ୍- ପାଇଲଟ ସମେତ ୨ ମୃତ

ରାଜସ୍ଥାନ ଚୁରୁରେ ଭାରତୀୟ ବାୟୁସେନାର ଜାଗୁଆର ଫାଇଟର ଜେଟ୍ କ୍ରାସ କରିଛି। ଏଥିରେ ପାଇଲଟଙ୍କ ସମେତ ୨ଜଣଙ୍କ ମୃତ୍ୟୁ ହୋଇଛି। କ୍ରାସ ପରେ ଗାଁରେ ବିମାନର ଖଣ୍ଡବିଖଣ୍ଡିତ ଅଂଶ ବିଛାଡ଼ି ହୋଇପଡ଼ିଥିଲା ଓ ସେଥିରେ ନିଆଁ ଲାଗିଯାଇଥିଲା। ଶବ ବି ଖଣ୍ଡ ଖଣ୍ଡ ହୋଇଯାଇଛି। ରାଜଲଦେସର ଥାନା ଅନ୍ତର୍ଗତ ଭାଣୁଦା ଗାଁରେ ବିମାନ କ୍ରାସ୍ କରିଥିଲା। ପୁଲିସ ଓ ପ୍ରଶାସନ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ବିମାନ ଦୁର୍ଘଟଣା ପଛର କାରଣକୁ ଠାବ କରିବାକୁ ତନାଘନା ଆରମ୍ଭ ହୋଇଛି। ଏହା ବାୟୁସେନାର ପ୍ରଶିକ୍ଷଣ ବିମାନ କି ଅଲଗା ବିମାନ, ପୁଷ୍ଟି ହେବ। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ପ୍ରଶାସନ ତୁରନ୍ତ ସେନା ଓ ଏୟାରଫୋର୍ସ ସହ ତତ୍କାଳ ସମ୍ପର୍କ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *