ବେକାବୁ ଡମ୍ପର ଚଢ଼ିଗଲା। ରାଜସ୍ଥାନ ଜୟପୁରରେ ମଦୁଆ ଚାଳକ ପାଇଁ ଚାଲିଗଲା ୧୩ ଜୀବନ। ବେପରୁଆ ଗାଡ଼ି ଚାଳନା କରୁଥିବାରୁ ଅନେକ ବାଇକ୍ ଓ ପଦଯାତ୍ରୀଙ୍କ ଉପରେ ମାଡ଼ିଗଲା ଡମ୍ପର। ପ୍ରାୟ ୧୦ରୁ ୧୫ ଗାଡ଼ିକୁ ଧକ୍କା ଦେଇ ମାଡ଼ିଯାଇଥିଲା। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ହାଇଓ୍ୱେକୁ ପ୍ରବେଶ କରୁଥିଲା ବେଳେ ଏକ ପେଟ୍ରୋଲ ପମ୍ପ ପାଖରେ ନିୟନ୍ତ୍ରଣ ହରାଇଥିଲା ଚାଳକ। ହରମାଡ଼ା ଥାନା ଅଞ୍ଚଳରେ ଏଭଳି ଭୀଷଣ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଯିଏ ଆଗରେ ଥିଲା, ୩ଶହ ମିଟର ଘୋଷାଡ଼ି ନେଇଥିଲା ସଭିଙ୍କୁ। ଲୋହାମଣ୍ଡି ପାଖରେ ଦ୍ୱିପ୍ରହାର ଗୋଟାଏ ବେଳେ ଡମ୍ପର ଲୋହାମଣ୍ଡି ପେଟ୍ରୋଲ ପମ୍ପ ଆଡ଼ୁ ରୋଡ୍ ନମ୍ୱର-୧୪ରୁ ହାଇଓ୍ୱେକୁ ଚଢ଼ୁଥିଲା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଉତ୍ୟକ୍ତ ଲୋକେ ଚାଳକକୁ ଧରିପକାଇଛନ୍ତି। ଚାଳକ ନିଶାଗ୍ରସ୍ତ ଥିଲା। ଡ୍ରାଇଭରର ନାଁ କଲ୍ୟାଣ ମିଣା। ତା ଘର ବିରାଟନଗରରେ। ତାକୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସର କହିବା କଥା, ଦୁର୍ଘଟଣାସ୍ଥଳରୁ ପ୍ରାୟ ଦେଢ଼ କିଲୋମିଟର ଦୂରରୁ ଏକ ପେଟ୍ରୋଲ ପମ୍ପ ବାହାରେ ଡମ୍ପର ଡ୍ରାଇଭର ସହ ଜଣେ କାର ଚାଳକର ଝଗଡ଼ା ହୋଇଥିଲା। ଅନେକ ଗୁରୁତର ଅଛନ୍ତି। ଏଭଳି ସିରିଜ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now