କେନ୍ଦୁଝର ଜିଲ୍ଲା ବଡବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଯୋଡା ଥାନା ବିଛାକୁଣ୍ଡି ନିକଟସ୍ତ ଦଲପାହାଡ ଠାରେ ମାଟି ଅତଡ଼ା ଧସି ୩ ଜଣକର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,ଏକ ପରିତ୍ୟକ୍ତ ଖଣିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ରାତ୍ରିର ଅନ୍ଧକାରରେ କିଛି ସାଙ୍ଗ ମିଶି ଲୁହାପଥର ଚୋରି ନିମନ୍ତେ ଉକ୍ତ ସ୍ଥାନକୁ ଯାଇଥିଲେ। ଖବର ପ୍ରଘଟ ପରେ ଘଟଣାସ୍ଥଳରେ ଯୋଡା ପୋଲିସ ଓ ବାମେବାରି ପୋଲିସ ଅନୁସନ୍ଧାନ କରୁଥିବା ଖବର ମିଳିଛି । ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସୂଚନା ଅନୁଯାୟୀ,ବେଆଇନ ମାଙ୍ଗାନିଜ ଖଣିଜ ଉତ୍ତଲୋନ କରୁଥିବା ବେଳେ ଏହି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମୃତକ ୩ ଜଣ ହେଲେ ଯୋଡ଼ା ଥାନା ବିଛାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, କାଣ୍ଡେ ମୁଣ୍ଡା ଓ ଗୁରୁ ଚାମ୍ପିଆ। ତେବେ ଏନେଇ ଯୋଡା ଆଇ ଆଇ ସି ସୁଶାନ୍ତ ପ୍ରଧାନ କହିଛନ୍ତି ଯେ,ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଖସିଛି। ସେପଟେ ତଦନ୍ତ ଜାରି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now