କାଜାଖସ୍ତାନରେ ବଡ ଧରଣର ଦୁର୍ଘଟଣା। ୨୫ ଡିସେମ୍ୱର ବୁଧବାର ଦିନ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଶିଛି। ଆଜେରବାଇଜାନ ଏୟାର ଲାଇନ୍ସର ଯାତ୍ରୀବାହୀ ବିମାନ ଦୁର୍ଘଟଣା ଘଟି ୪୨ ଜଣଙ୍କର ମୃତ୍ୟୁ ହୋଇଛି। କାଜାଖସ୍ତାନର ଅକାତୁ ବିମାନବନ୍ଦର ନିକଟରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଜରୁରୀ ଅବତରଣ ମାଗିବା ପରେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଏଥିରେ ୬୭ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟ ଥିଲେ। ସେପଟେ ଦୁର୍ଘଟଣାର କାରଣ ସ୍ପଷ୍ଟ ଜଣାପଡିନାହିଁ। କିନ୍ତୁ ବିମାନ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିମାନଟି ୧୧୦ ଯାତ୍ରୀଙ୍କୁ ନେଇ କାଜାଖସ୍ତାନର ବାକୁ ରୁ ଋଷର ଗ୍ରୋଜନୀ ଯାଉଥିଲା। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବିମାନ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଋଷର ଗ୍ରୋଜନୀ ଚୈଚନ୍ୟା ଅଞ୍ଚଳର ହୋଇଥିବା ବେଳେ, ଘନ କୁହୁଡି ଯୋଗୁଁ ବିମାନଟି ଗ୍ରୋଜନୀ ଆଡକୁ ଯାଇପାରିନଥିଲା। ପରେ କାଜାଖସ୍ତାନ ବିମାନବନ୍ଦରରେ ଫେରି ଆସି ଜରୁରୀ ଅବତରଣ କରିଥିଲା। ଏହାପରେ ଦୁର୍ଘଟଣାର ଶିକାର ହୋଇଥିଲା ବିମାନଟି। ତେବେ ଏଥିରେ ଅଧିକାଂଶ ଆଜେରବାଇଜନ ଏବଂ ଋଷିଆନ ନାଗରିକର ଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now