ସୋମବାର କେରଳର ଆଲାପୁଜା ଜିଲ୍ଲାରେ ଏକ କାର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଏମବିବିଏସ ଛାତ୍ର ପ୍ରାଣ ହରାଇଛନ୍ତି । ଆହତ ଅନ୍ୟ ଦୁଇ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ସାତ ଜଣ ଏମବିବିଏସ ଛାତ୍ର ଏକ ଚେଭ୍ରୋଲେଟ୍ ଟ୍ରାଭେରା ଗାଡିରେ ଯାତ୍ରା କରୁଥିବା ବେଳେ ଆଲାପୂଜା ନିକଟରେ ଡ୍ରାଇଭର ଅନ୍ୟ ଏକ ଗାଡିକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କେରଳ ପରିବହନ ନିଗମର ବସ୍ ସହ ଟ୍ରାଭେରାର ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗ୍ୟାସ କଟର ସାହାର୍ଯ୍ୟରେ କାର ଡୋର୍ କାଟି ମୃତାହତଙ୍କୁ ବାହାର କରାଯାଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now