୧୩ ବର୍ଷର ନାବାଳକକୁ ମାରିଦେଲେ ଚିତାବାଘ। ପୁନେ ଜିଲ୍ଲାର ସିରୁର ଅଞ୍ଚଳରେ ଆଖୁ କିଆରୀରେ ଲୁଚିଥିଲା ଚିତାବାଘ। ଆଉ କିଆରୀ ପାଖରେ ପିଲାଟି ଖେଳୁଥିଲା ବେଳେ ତାକୁ ଆକ୍ରମଣ କରିଥିଲା। ତେବେ ଘଟଣାସ୍ଥଳକୁ ଗାଁ ଲୋକେ ଯିବା ଦେଖି ଚିତାବାଘ ଖସିଯାଇଥିଲା। ଏହି ଘଟଣା ଗାଁ ଲୋକଙ୍କୁ ତତାଇ ଦେଇଥିଲା। ଉତ୍ୟକ୍ତ ଲୋକେ ବନବିଭାଗ ଅଫିସ ଓ ଗାଡ଼ିରେ ନିଆଁ ଲଗାଇଦେଇଥିଲେ। ବନବିଭାଗ ଅଧିକାରୀଙ୍କ ଅବହେଳାରୁ ପିଲାଟିର ଜୀବନ ଚାଲିଗଲା କହି ଆରୋପ ଲଦିଥିଲେ। ଏହାର ପ୍ରତିବାଦରେ ଆଜି ପୁନେ- ନାସିକ ଏକ୍ସପ୍ରେସ ଓ୍ୱେକୁ ଅବରୋଧ କରିଥିଲେ ଗ୍ରାମବାସୀ। ନରଭକ୍ଷକ ଚିତାବାଘକୁ ଧରିବା, ପିଲାଟିର ପରିବାରକୁ ଉପଯୁକ୍ତ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଆକ୍ସନ ଦାବି କରିଛନ୍ତି ଆନ୍ଦୋଳନକାରୀ। ଗଲା ୫ ମାସ ଭିତରେ ଏହା ଚତୁର୍ଥ ଆକ୍ରମଣ ଅଟେ। ବନବିଭାଗର ନିଷ୍କ୍ରିୟତା ବିରୁଦ୍ଧରେ ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now