ଅହମଦାବାଦ ବିମାନ ଦୁର୍ଘଟଣାରେ ଏକମାତ୍ର ଜୀବିତ ଯାତ୍ରୀ ହେଲେ ରମେଶ ବିଶ୍ୱାସ କୁମାର। ତାଙ୍କର ସିଟ ନମ୍ୱର ଥିଲା ୧୧ ଏ। ଏହାକୁ ଅନେକ ଚମତ୍କାର ବୋଲି ଅଭିହିତ କରୁଛନ୍ତି। ଏତେ ବଡ଼ ଭୟାନକ ଦୁର୍ଘଟଣାରେ ୨୪୨ ଯାତ୍ରୀଙ୍କ ଭିତରୁ କେବଳ ରମେଶ ଜୀବିତ ଅଛନ୍ତି।କାରଣ ଅଧିକାଂଶ ଯାତ୍ରୀ ପୁରା ଜଳି ଯାଇଥିବାରୁ ଶବ ଚିହ୍ନଟ ସମ୍ଭବ ହେଉନି। ସେଥିଲାଗି ପରିବାର ଲୋକଙ୍କ ଡିଏନଏ ଟେଷ୍ଟ ହେଉଛି। କିନ୍ତୁ ରମେଶ ଯେଭଳି ଜୀବିତ ଅବସ୍ଥାରେ ବାହାରିଥିଲେ ବିମାନରୁ, ତାକୁ ମିରାକିଲ୍ ବୋଲି କୁହାଯାଉଛି। ରମେଶ ଯେଉଁ ସମୟରେ ଗୁରୁତର ଆହତ ହୋଇ ବିମାନ ବାହାରକୁ ଛିଟକି ପଡ଼ିଥିଲେ ଓ ତାଙ୍କୁ ଉଦ୍ଧାରକାରୀ ଦଳ ତୁରନ୍ତ ହସ୍ପିଟାଲ ନେବାର ଦୃଶ୍ୟ ଭାଇରାଲ ହୋଇଛି। ରକ୍ତାକ୍ତ ଅବସ୍ଥାରେ ବିଶ୍ୱାସ ଆଂବୁଲାନ୍ସ ଆଡକୁ ଯାଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସିଭିଲ ହସ୍ପିଟାଲରେ ରମେଶଙ୍କୁ ଭେଟିବା ବେଳେ ରମେଶ କହିଛନ୍ତି, ସେ ବିମାନ ବାହାରକୁ ଡେଇଁନାହାନ୍ତି। ବିମାନ କ୍ରାସ ମାତ୍ରେ ସେ ସିଟ୍ ସମେତ ବାହାରକୁ ଛିଟକି ପଡ଼ିଥିଲେ। ଭାଇଙ୍କ ସହ ଲଣ୍ଡନ ଫେରୁଥିଲେ ରମେଶ। ୪୦ ବର୍ଷୀୟ ରମେଶ ବ୍ରିଟିଶ ନାଗରିକ ଅଟନ୍ତି। ସେ ଭାରତରେ ରହୁଥିବା ପରିବାର ଲୋକଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ତାଙ୍କ ଭାଇ ଅଜୟ କୁମାର ରମେଶଙ୍କ ମୃତ୍ୟୁ ହୋଇଛି। ତାଙ୍କ ଭାଇ ଅଜୟ ବିମାନର ଅଲଗା ଲାଇନରେ ବସିଥିଲେ। ବିଶ୍ୱାସ କହିଛନ୍ତି, ଉଡ଼ାଣ ଭରିବାର ୩୦ ସେକେଣ୍ଡ ପରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଆଉ ତା ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କୁ ଯେତେବେଳେ ଚେତା ଆସିଲା, ସେ ଦେଖିଲେ ତାଙ୍କ ଚାରିପଟେ ଶବ ପଡ଼ିଛି। ସେ ଡରିଯାଇଥିଲେ। ସେ ଛିଡ଼ାହୋଇଥିଲେ ଓ ପରେ ଦୌଡ଼ିଥିଲେ। ତାଙ୍କ ଚାରିପାଖରେ ବିମାନ ଟୁକୁଡ଼ା ଅଂଶ ପଡ଼ିଥିଲା। ତାଙ୍କୁ କେହି ଅଚାନକ ଧରିଥିଲେ ଓ ଆଂବୁଲାନ୍ସରେ ହସ୍ପିଟାଲ ନେଇଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now