ମଧ୍ୟପ୍ରଦେଶର ଗୁନା ବୋରୱେଲ ଟ୍ରାଜେଡି । ୧୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ୧୦ ବର୍ଷର ନାବାଳକ ସୁମିତ। ଗୁନା ଜିଲ୍ଲା ପ୍ରଶାସନ ପୋଲିସ ସହିତ SDRF ଏବଂ NDRF ଟିମ ବୋରୱେଲ ମଧ୍ୟରୁ ନାବାଳକକୁ ଉଦ୍ଧାର କରିଛି । ଉଦ୍ଧାର ପରେ ଚିକିତ୍ସା ପାଇଁ ସୁମିତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ସୁମିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଶନିବାର ୧୦ ବର୍ଷିୟ ସୁମିତ ତାଙ୍କ ଚାଷ ଜମିରେ ଗୁଡି ଉଡାଉଥିବା ସେଠାରେ ଥିବା ଏକ ବୋରୱେଲରେ ଖସି ପଡି ଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ସୁମିତକୁ ଖୋଜାଖୋଜି କରିଥିଲେ ପରିବାର ସଦସ୍ୟ । ମାତ୍ର ସୁମିତଙ୍କର କୌଣସି ସୂଚନା ମିଳିନଥିଲା । ପରେ ଜମି ପାଖରେ ସୁମିତର ଗୁଡି ଏବଂ ଚପଲ ଦେଖି ସୁମିତ ବୋରୱେଲରେ ଖସିପଡିଥିବା ନେଇ ସନ୍ଦେହ କରିଥିଲେ ପରିବାର ଲୋକେ । ଖବରପାଇ ତୁରନ୍ତ ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦୀର୍ଘ ୧୬ଘଣ୍ଟାର ଅପରେସନ ପରେ ରବିବାର ସକାଳ ୯.୩୦ରେ ନାବାଳକକୁ ବୋରୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସୁମିତକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ସୁମିତର ମୃତ୍ୟୁ ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now