ମହାରାଷ୍ଟ୍ର- ବ୍ରେକ ଫେଲ ହେବାରୁ ହୋଟେଲ ଭିତରକୁ ମାଡିଗଲା କଂଟେନର ୧୩ ମୃତ୍ୟୁ ଓ ୨୦ ଆହତ

Spread the love

ମୁମ୍ବାଇ : ମଙ୍ଗଳବାର ସକାଳେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ତହସିଲର ପଲାସନର ଗ୍ରାମ ନିକଟରେ ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ କଂଟେନର ବ୍ରେକ୍ ଫେଲ ହେବାରୁ ନିୟନ୍ତ୍ରଣ ହରାଇ ଦୁଇଟି ଯାନକୁ ଧକ୍କା ଦେବା ପରେ ଏକ ହୋଟେଲ ଭିତରକୁ ପସିଯାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଶିରପୁର ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *