ଦୁର୍ଘଟଣାରାଜ୍ୟ

ଭୁଶୁଡିଲା ୪  ମହଲା କୋଠା

ମୁମ୍ୱାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ବଡ଼ ଧରଣର ଅଘଟଣ। ଭୁଶୁଡିଲା ୪  ମହଲା କୋଠା । ମୁମ୍ୱାଇର ବୋରିବଲି ସ୍ଥିତ ସାଇବାବା ନଗରରେ ଏହି ଦୁର୍ଘଟଣା ଘଟିଛି । ଏକ ୪ ମହଲା କୋଠା ହଠାତ୍ ଭୁଶୁଡି ପଡିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିଲ୍ଡିଂର ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଇଛି । ତେବେ ବୋରିବଲିର ଓ୍ୱେଷ୍ଟ ସ୍ଥିତ ସାଇବାବା ନଗରରେ ଏହି ୪ ମହଲା କୋଠା ଥିଲା । ଏହା ଅତ୍ୟନ୍ତ ପୁରୁଣା ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଯୋଗୁ ପୂର୍ବରୁ ବିଲ୍ଡିଂ ଖାଲି କରିବାକୁ ଲୋକଙ୍କୁ ପ୍ରଶାସନ କହିଥିଲା ।

Related Articles

Leave a Reply

Your email address will not be published.

Back to top button