ବୁଲେଟରୁ ପଡ଼ି ଯୁବକ ମୃତ

Spread the love

ବଲାଙ୍ଗିର : ଗତକାଲି ଦିନ ପ୍ରାୟ ୧୨ଟା ବେଳେ ଗଇନ୍ତଲାର ୪୫ ବର୍ଷୀୟ ସଞ୍ଜୟ ପଟେଲ ନିଜର କିଛି କାମରେ ବଲାଙ୍ଗିର ଆସୁଥିବା ବେଳେ ରାସ୍ତାରେ ଥିବା ହମ୍ପସ ଯୋଗୁଁ ବୁଲେଟରୁ ରାସ୍ତା ଉପରେ ପଡିଯାଇ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରିବା ପରେ ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡିକାଲ ନେଉଥିବା ବେଳେ ରାସ୍ତାରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ଗତକାଲି ପୋଷ୍ଟମର୍ଟମ୍ ପରେ ବଲାଙ୍ଗିର ଶବ ବ୍ୟବଛେଦ ଗୃହରୁ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Leave a Reply

Your email address will not be published. Required fields are marked *