ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏନଏଚରୁ ୨୦ ଫୁଟ ତଳକୁ ଓଲଟିଲା ତୀର୍ଥ ଯାତ୍ରୀ ବସ । ଦିର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ ରାଜେଶ କୁମାର ମିଶ୍ର, ସାନ୍ତରାମ ଯାଦବ, କମଳାଦେବୀ ଯାଦବ ଓ ରାଜପ୍ରସାଦ ଯାଦବ । ସୂଚନା, ମୁତାବକ, ଗତ ୧୮ ତାରିଖରୁ ଉତ୍ତରପ୍ରଦେଶରୁ ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିଲା ଏହି ବସ୍ । ଗତକାଲି ରାତିରେ କଲିକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ବିଳମ୍ୱିତ ରାତିରେ ଦୁର୍ଘଟଣା ଘଟିଛି । ବସରେ ମୋଟ ୫୭ ଜଣ ଯାତ୍ରୀ ଥିବା ବେଳେ ୨୨ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଘଟଣାସ୍ଥଳରେ ଏନଏଚ ପେଟ୍ରୋଲିଂ ଭ୍ୟାନ, ଜଳେଶ୍ୱର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now