ଉଡ଼ାଣର ୪୫ ମିନିଟ ପରେ ସମୁଦ୍ରରେ ହେଲିକେପ୍ଟର କ୍ରାସ୍

୨୪ ଘଣ୍ଟା ଭିତରେ ଦ୍ୱିତୀୟ ବିମାନ ଦୁର୍ଘଟଣା। ଝାଡ଼ଖଣ୍ଡରେ ଏୟାର ଆମ୍ୱୁଲାନ୍ସ କ୍ରାସରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଣ୍ଡାମାନର ସମୁଦ୍ରରେ ହେଲିକେପ୍ଟର କ୍ରାସରେ ୭ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ଆଣ୍ଡାମାନ ଓ ନିକୋବରର ମାୟାବନ୍ଦର ପାଖ ସମୁଦ୍ରରେ ହେଲିକେପ୍ଟର କ୍ରାସ କରିଛି। ଆଜି ସକାଳ ସାଢ଼େ ୯ଟାର ଘଟଣା। ଏହି ହେଲିକେପ୍ଟରରେ ଦୁଇ ପାଇଲଟଙ୍କ ସମେତ ୭ଜଣ ଥିଲେ। ସମୁଦ୍ରରେ ପଡ଼ିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପଓ୍ୱନହଂସ ହେଲିକେପ୍ଟର ସକାଳ ୮ଟା ୪୫ରେ ବିଜୟପୁରମ( ପୋର୍ଟବ୍ଲେୟାର)ରୁ ମାୟାବନ୍ଦର ଲାଗି ଉଡ଼ାଣ ଭରିଥିଲା। ପ୍ରାୟ ସାଢ଼େ ୯ଟା ବେଳକୁ ବିମାନରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା। ବାଧ୍ୟ ହୋଇ ମାୟାବନ୍ଦର ନିକଟସ୍ଥ ସମୁଦ୍ରରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ରନଓ୍ୱେରେ ୩ଶହ ମିଟର ପୂର୍ବରୁ ସମୁଦ୍ରରେ ପଡ଼ିଥିଲା। ପାଣିରେ ପଡ଼ିବା ମାତ୍ରେ ରେସକ୍ୟୁ ଟିମ୍ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥଲା। ବଡ଼ ବିପତ୍ତି ଟଳିଗଲା ଅବଶ୍ୟ। ବିମାନରେ ଦୁଇ ପାଇଲଟଙ୍କ ସମେତ ଯାତ୍ରୀଙ୍କ ଭିତରେ ୩ ପୁରୁଷ, ଜଣେ ମହିଳା ଓ ଗୋଟିଏ ଛୋଟ ପିଲା ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *