କାଞ୍ଚନଜୁଙ୍ଗା ଟ୍ରେନ୍ ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ କାଞ୍ଚନଜୁଙ୍ଗାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ମିଳିଥିବା ସୂଚନା ମୁତାବକ, କାଞ୍ଚନଜୁଙ୍ଗା ଟ୍ରେନ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୭୦ ଜଣ ଆହତ ହୋଇଛନ୍ତି । ଗ୍ୟାସ କଟରରେ ବଗିକୁ କଟାଯାଇ ଉଦ୍ଧାର କରାଯାଉଥିବାବେଳେ ମୃତକ ଓ ଆହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ତେବେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଏହି ଦୁର୍ଘଟଣାରେ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୋଦି। ଏନେଇ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ମୋଦି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *