ପଶ୍ଚିମବଙ୍ଗର ପୁରୁଲିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଓ କାର ଭିତରେ ଧକ୍କାରୁ ୯ଜଣଙ୍କ ମୃତ୍ୟୁ ହୋଇଛି। ପୁରୁଲିଆ-ଟାଟା ଜାତୀୟ ରାଜପଥ ଉପରେ ବଳରାମପୁର ଥାନା ଅନ୍ତର୍ଗତ ନାମସୋଲ ସ୍କୁଲ ପାଖରେ ଏହି ଦୁର୍ଘଟଣା ଘଟିଛି। ଟକ୍କର ଏତେ ଜୋରରେ ହୋଇଛି ଯେ, କାର ପୁରା ଚୁରମାର ହୋଇଯାଇଛି। କାରରେ ଥିବା ୯ ଯାତ୍ରୀ ପୁରୁୁଲିଆରୁ ଝାଡ଼ଖଣ୍ଡ ଯାଉଥିଲେ। ସାମ୍ନାରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ଧକ୍କା ପରେ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ସମସ୍ତ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଦ୍ରୁତ ଗାଡ଼ି ଚାଳନା ସାଙ୍ଗକୁ ଖାମଖିଆଲିରୁ ଏତେ ବଡ଼ ଦୁର୍ଘଟଣା ଘଟିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତକଙ୍କ ଭିତରେ ଗୋଟିଏ ପରିବାରର ୪ଜଣ ଥିଲେ। ଏମାନେ ଝାଡ଼ଖଣ୍ଡରେ ଥିବା ସମ୍ପର୍କୀୟଙ୍କ ଘରକୁ ବାହାରିଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now