ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ସହ ତେଲ ଟ୍ୟାଙ୍କର ଧକ୍କା। ରାସ୍ତା କଡ ଚା ଦୋକାନକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ ଜଣଙ୍କ ମୃତ ହୋଇଥିବା ବେଳେ ୨୧ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ମୁତାବକ, ବସଟି ଭବାନୀପାଟଣାରୁ ବ୍ରହ୍ମପୁର ଅଭିମୁଖେ ଅସୁଥିବାବେଳେ ଟ୍ୟାଙ୍କରଟି ସାମ୍ନା ପଟୁ ଆସି ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି। ସେହି ସମୟରେ ଦ୍ରୁତ ଗତିରେ ଅସୁଥିବା ଆଉ ଏକ ଟ୍ରକ ମଧ୍ୟ ବସ ଟିକୁ ଧକ୍କା ଦେଇଥିଲା। ତେବେ ଘଟଣାକୁ ନେଇ ସମରର୍ଝୋଳ ଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁର ଏମକେସିଜିରେ ୧୨ରୁ ଉର୍ଦ୍ଧ୍ୱ ଆହତଙ୍କୁ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *