ଟ୍ରକ୍ ଚପାରେ ସ୍କୁଟି ଆରୋହୀ ମୃତ: ଉତ୍ୟକ୍ତ ଲୋକେ ଜାଳି ଦେଲେ ଟ୍ରକ୍

Spread the love

ବଲାଙ୍ଗୀର : ଆଜି ଅପରାହ୍ନରେ ଜାତୀୟ ରାଜପଥର ମାଧିଆ ପାଲି ଠାରେ ମହିନ୍ଦ୍ର ସୋରୁମ୍ ଆଗରେ ଜଣେ ସ୍କୁଟି ଆରୋହୀକୁ ଧକ୍କା ଦେଇ ଚେପାଇ ଦେଇଥିବା ଯୋଗୁଁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଟ୍ରକ୍ ନମ୍ବର ସି ଜି ୦୪ ଜେସି ୯୨୪୯ରେ ନିଆଁ ଲଗାଇ ଦେଇଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଦମକଳ ବାହିନୀ ଜଳନ୍ତା ଟ୍ରକ୍ର ନିଆଁ ଲିଭାଇଥିଲେ ।

Leave a Reply

Your email address will not be published. Required fields are marked *