ତେଲଙ୍ଗାନାର ପେଦ୍ଦାପଲ୍ଲୀ ଜିଲ୍ଲାରେ ମାଲଗାଡି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୧୧ଟି ଡବା ଲାଇନଚ୍ୟୁତ ହୋଇଛି । ଘଟଣା ପରେ ରେଳ ଯାତାୟାତ ପ୍ରଭାବିତ ହୋଇଛି । ଗାଜିଆବାଦରୁ କାଜିପେଟ ଯାଉଥିବା ମାଲଗାଡି ପେଦ୍ଦପଲ୍ଲୀ ଜିଲ୍ଲାର ରାଘବପୁର ଏବଂ କନ୍ନୋଲ ମଧ୍ୟରେ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପରେ ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଯାତାଯାତ ପ୍ରଭାବିତ ହୋଇଛି ।ଦୁର୍ଘଟଣା ପରେ ସୁପରଫାଷ୍ଟ ଏକ୍ସପ୍ରେସ, ଏକପ୍ରେସ, ପାସେଞ୍ଜର ଏବଂ ଅନ ମାଲଗାଡି ବାଧାପ୍ରାପ୍ତ ହୋଇଥିଲା । ପାସେଞ୍ଜର ଗାଡି ଯିବାଆସିବାରେ ବାଧା ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ରେଳ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତୁରନ୍ତ ଟ୍ରାକ୍ ଖାଲି କରିବା ପାଇଁ କାର୍ଯ୍ୟ ଚାଲିଛି । ଦୁଘର୍ଟଣା ଯୋଗୁଁ ଅନେକ ଟ୍ରେନ ନିଜ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଲୱେ କାମ ଜାରି ରଖିଛି ।ଏହି ଘଟଣା ପରେ ରେଲୱେ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଲଗାଡି ଲାଇନଚ୍ୟୁତ ହେବା ଯୋଗୁଁ ଅନେକ ସମସା ଉପୁଜିଛି । ରେଳ ପ୍ରଶାସନ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ଆରମ୍ଭ କରିଛି ।ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍ । ଭୋର ୫ଟା ୪୫ ମିନିଟରେ ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଟ୍ରେନ୍ର ଦୁଇଟି ଯାତ୍ରୀବାହୀ କୋଚ୍ ଓ ଏକ ପାର୍ସଲ ଭ୍ୟାନ୍ ଲାଇନଚ୍ୟୁତ ହୋଇଥିଲା । ଏଥିରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲାଇନ୍ଚ୍ୟୁତ ଯୋଗୁ ଏହି ନାଲପୁର ଷ୍ଟେସନ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now