କୋର୍ଟରେ ଫୁଟିଲା ବୋମା

କୋର୍ଟରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଜଣେ ଆହତ ବି ହେଲେ। ପାଟନା ସିଭିଲ୍ କୋର୍ଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଡ଼ କଥା ହେଲା କି, କୋର୍ଟକୁ ବୋମା ଆଣିଥିଲେ ଜଣେ ପୁଲିସ ଅଫିସର। କୋର୍ଟ ପରିସରକୁ କାହିଁକି ବୋମା ଆଣିଥିଲେ ପୁଲିସ ଅଧିକାରୀ, ତାହା ହିଁ ଥିଲା ସବୁଠୁ ରୋଚକ ଖବର। ଖବର ବୁଝୁ ବୁଝୁ ଜଣାପଡ଼ିଲା କି, ଏହି ବୋମାକୁ ପୁଲିସ ଅଧିକାରୀ ପ୍ରମାଣ ସ୍ୱରୂପ କୋର୍ଟରେ ଦେଖାଇବାକୁ ଆଣିଥିଲେ। ବାକ୍ସ ଭିତରେ ବୋମାକୁ ପୁରାଇ ସବ-ଇନ୍ସପେକ୍ଟର ରାଙ୍କର ଜଣେ ଅଧିକାରୀ କୋର୍ଟକୁ ଆଣିଥିଲେ। ଆଉ ଏହି ବାକ୍ସକୁ ଆସିଷ୍ଟାଣ୍ଟ ପ୍ରୋସିକ୍ୟୁସନ ଅଫିସରଙ୍କ ଟେବୁଲ ତଳେ ଥୋଇ ଦେଇଥିଲେ ପୁଲିସ ବାବୁ ଜଣକ। ସୌଭାଗ୍ୟର କଥା, ବୋମାଟି ଲୋ ଇଣ୍ଟେନସିଟିର ଥିଲା। ଟେବୁଲ ତଳେ ଥୋଇଲା ବେଳେ ହଠାତ୍ ବୋମାଟି ବିସ୍ଫୋରଣ କରିଥିଲା। ଏଥିରେ ସଂପୃକ୍ତ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଅବଶ୍ୟ ବିପଦମୁକ୍ତ ଅଛନ୍ତି।

କୋର୍ଟ ରୁମରେ ଥୁଆ ହୋଇଥିବା ଆଉ ଏକ ବୋମା ବାକ୍ସ କାଳେ ଅନୁରୂପ ଫାଟିବ, ତାକୁ ନେଇ କୋର୍ଟ ପରିସରରେ ହଇଚଇ ଖେଳିଯାଇଥିଲା। ତୁରନ୍ତ ବମ୍ ନିଷ୍ଟ୍ରିୟକାରୀ ଦଳକୁ ଡକରା ପଡ଼ିଥିଲା। କିନ୍ତୁ ସେମାନେ ବମ୍‌କୁ ଡିଫ୍ୟୁଜ୍ କରିବାରେ ଅକ୍ଷମ ହୋଇଥିଲେ। ବୋମା ନିଷ୍କ୍ରିୟକାରୀ ଦଳର କହିବା କଥା, ଏହାକୁ କେବଳ ଆଣ୍ଟି-ଟେରୋରିଷ୍ଟ ସ୍କ୍ୱାର୍ଡ ହିଁ ନିଷ୍କ୍ରିୟ କରିପାରିବ। ଯାହାକୁ ନେଇ ଅନ୍ୟ ବାକ୍ସରେ ଥିବା ବୋମା ସେମିତି ଦୁଇ ଘଣ୍ଟା ଧରି କୋର୍ଟ ରୁମରେ ରହିଥିଲା। ବୋମା ବିସ୍ଫୋରଣ ପରେ ପୁଲିସ ବି ଚେତିଯାଇଛି। ଆଗକୁ କୋର୍ଟ ପରିସରକୁ ଏମିତି କୌଣସି ବୋମା ପ୍ରମାଣ ସ୍ୱରୂପ ଉପସ୍ଥାପନ କରିବା ଆଗରୁ ଠିକ୍‌ରେ ନିଷ୍କ୍ରିୟ ହୋଇଛି କି ନା, ତାକୁ ପରଖିବାକୁ ତାଗିଦ୍ କରାଯାଇଛି।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *