ଓଲଟିଲା ଜବାନଙ୍କ ଗାଡ଼ି। ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼- କାଣ୍ଡଭା ରାସ୍ତାରେ ଗଭୀର ଖାଇକୁ ଗାଡ଼ି ଖସିପଡ଼ିବାରୁ ୩ଜଣ ସିଆରପିଏଫ ଜବାନଙ୍କ ମୃତ୍ୟୁ ହୋଇଛି ଓ ୧୬ଜଣ ଆହତ ହୋଇଛନ୍ତି। ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଯାଇ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଦୁଇ ଜବାନଙ୍କ ମୃତ୍ୟୁ ହୋଇଥିଲା ବେଳେ ହସ୍ପିଟାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ବଙ୍କର ଗାଡ଼ି ଓଲଟିବା ବେଳେ ଗାଡିରେ ୨୩ଜଣ ଜବାନ ଥିଲେ। ବସନ୍ତଗଡ଼ରୁ ଅପରେସନ ସାରି ଫେରୁଥିଲା ବେଳେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୮୭ ବାଟାଲିୟନର ଜବାନ ଗାଡ଼ିରେ ଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now