ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପାର୍ସଲ ଭ୍ୟାନ (କାର୍ଗୋ ଟ୍ରକ ) ନୂଆଗଡ ଓଭରବ୍ରିଜ ନିକଟରେ ଏକ ଟ୍ରକ ପଛରେ ଶକ୍ତ ଧକ୍କା ଦେଇଥିଲା। ଫଳରେ ପାର୍ସଲ ଭ୍ୟାନର କ୍ୟାବିନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଭ୍ୟାନ ଚାଳକ କ୍ୟାବିନ ମଧ୍ୟରେ ଚାପି ହୋଇଯାଇଥିଲେ। ଖବର ପାଇ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାଡ଼ି ଚାଳକଙ୍କୁ ଉଦ୍ଧାର କରିଥିଲେ। ହେଲେ ଭ୍ୟାନ କ୍ୟାବିନରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ତେବେ ଗାଡ଼ି ଚାଳକଙ୍କ ପରିଚୟ ମିଳିପାରିନାହିଁ। ମୃତକଙ୍କ ଶବ ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now