ଓଡ଼ିଶାକଳା ଓ ସଂସ୍କୃତି

ପରଲୋକରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟର ଗବେଷକ ପଦ୍ମଶ୍ରୀ ରଜତ କର

ଓଡ଼ିଆ ସାରସ୍ୱତ ଜଗତରେ ବିଶାଳ ଶୂନ୍ୟସ୍ଥାନ। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା, ଭଞ୍ଜ ସାହିତ୍ୟର ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ପରେ ଏଭଳି ଶୂନ୍ୟସ୍ଥାନ ଆଉ ପୂରଣ ହୋଇପାରିବନି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ତାଙ୍କର ଶେଷଦର୍ଶନ ଲାଗି ଅଗଣିତ ଶୁଭେଛୁଙ୍କ ଭିଡ଼ ଲାଗିଥିଲା ଭୁବନେଶ୍ୱରସ୍ଥିତ ବାସଭବନରେ।

ପଞ୍ଚଭୂତରେ ବିଲୀନ ହେଲା ପାର୍ଥିବ ଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଛନ୍ତି ରଜତଙ୍କ ବଡ଼ ପୁଅ ରଞ୍ଜିତ କର। ସରକାରଙ୍କ ପକ୍ଷରୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ। ବହୁ ସଂସ୍କୃତି ଓ ସାହିତ୍ୟ ଅନୁରାଗୀ ସ୍ୱର୍ଗଦ୍ୱାରରେ ପହଞ୍ଚି ଶେଷଦର୍ଶନ କରିଥିଲେ।

ଆଜୀବନ ଜଗନ୍ନାଥ ସଂସ୍କୃତି, ଭଞ୍ଜ ସାହିତ୍ୟ ଓ ଉତ୍କଳ ମାଟି ଲାଗି ଚିନ୍ତା, ସଂଘର୍ଷ ଓ ପ୍ରଚାର କରି ଆସିଥିବା ବାଗ୍ମୀ ରଜତଙ୍କ ଶେଷ ଦର୍ଶନ କରିବାକୁ ତାଙ୍କ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ବାସଭବନରେ ପହଞ୍ଚିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ରାଜ୍ୟପାଳ, ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭଳି ଅନେକ ପୁରଷ୍କାର ଓ ସମ୍ୱର୍ଦ୍ଧନାରେ ସମ୍ମାନିତ ରଜତ କର। ଜଣେ ଦକ୍ଷ ପ୍ରଶାସକ ଭାବେ ତାଙ୍କର କୀର୍ତ୍ତି ଯେତିକି, ଶ୍ରୀଜଗନ୍ନାଥ ସଂସ୍କୃତିର ନିରନ୍ତର ପ୍ରଚାରକ ଭାବେ ତାଙ୍କର ଯଶ ବି ସେତିକି। ତାଙ୍କର ଆଜୀବନ ସାଧନା ତାଙ୍କୁ ଓଡ଼ିଶାବାସୀଙ୍କ ପାଖରେ ଅମର ରଖିବ।

Related Articles

Leave a Reply

Your email address will not be published.

Back to top button