ଓଡ଼ିଶାଦୁର୍ଘଟଣା

ଗଛରେ ପିଟିଲା କାର୍ : ୩ ମୃତ, ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ରାସ୍ତାର ବାସିନୀ ଛକରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଛି କାର୍ । ଫଳରେ କାର୍ ରେ ଥିବା ତିନି ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ମୃତକ ମାନେ ହେଲେ ରାଇଘର ଛତାବେଡ଼ା ଗ୍ରାମର ସୁରେଶ ମଣ୍ଡଳ, ଗୌରାଙ୍ଗ ରାୟ ଏବଂ ଉମରକୋଟ ଅଞ୍ଚଳା ଗ୍ରାମର ସତ୍ୟରଞ୍ଜନ ବ୍ୟାପାରୀ । ଏମାନେ ଛତିଶଗଡ଼ ଜଗଦଳପୁର ମେଡ଼ିକାଲକୁ ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

Leave a Reply

Your email address will not be published.

Back to top button