ଚଳିତ ୨୧ ରୁ ୨୭ ତାରିଖ ଯାଏଁ ଝାରସୁଗୁଡା ଜିଲ୍ଲା ମଥୁରା (କୁମୁଡାପାଲି) ଏବଂ ଗୋପପୁର (ଦଲକି) ଗ୍ରାମରେ ଅନୁଷ୍ଠିତ ହେଉଛି ଧନୁଯାତ୍ରା । ଗୋପପୁର(ଦଲକି)ଠାରେ ଧନୁଯାତ୍ରାରେ ପଞ୍ଚମ ଦିବସରେ ଗୋପୀଙ୍କ ସହିତ ଲୀଳା କଲେ ଭଗବାନ ଶ୍ରୀକୃଷ୍ଣ । ପଞ୍ଚମ ସନ୍ଧ୍ୟାରେ ମଥୁରା(କୁମୁଡାପାଲି) ସ୍ଥିତ ମହାରାଜ କଂସ ଧନୁଯାତ୍ରା ପାଇଁ ପଠାଇଲେ ନିମନ୍ତ୍ରଣ ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ । ଆଜି ଗୋପପୁରରେ ଭଗବାନ ଶ୍ରୀ କୃଷ୍ଣଙ୍କ ନାବକେଳୀ, ଗୋବର୍ଦ୍ଧନ ପୂଜା,ବକାଶୂର ବଦ୍ଧ ଭଳି ବିଭିନ୍ନ ଲୀଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ବଡ଼ଭାଇ ବଳରାମ ଓ ଭଗବାନ ଶ୍ରୀକୃଷ୍ଣ ଧନୁଯାତ୍ରାରେ ମାମୁ କଂସଙ୍କ ଅହଙ୍କାର ର ନିପାତ କରିବା ପାଇଁ ଅକୃରଙ୍କ ସହିତ ମଥୁରା(କୁମୁଡାପାଲି)କୁ ଯାତ୍ରା କରିବେ । ତେବେ ୨୭ ତାରିଖ ଦିନ କଂସ ବଦ୍ଧ ସହ ଧନୁଯାତ୍ରା ଉଦଯାପିତ ହେବ l ଏହା ସହିତ ଦଲକି ଓ କୁମୁଡାପାଲିରେ ଚଳିତ ବର୍ଷ ଧୁମଧାମରେ ଧନୁଯାତ୍ରା ଉତ୍ସବ ପାଳନ କରାଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now