ଖଡ଼ିଆଳ ମହୋତ୍ସବ ୨୦୨୫ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଁଚିଛି। ଚଳିତ ବର୍ଷ ଏହା ୧୯ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତିବର୍ଷ ଭଳି ଆକର୍ଷଣୀୟ ମଞ୍ଚ ତିଆରି ରେ କାରିଗର । ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ମଞ୍ଚର ରୂପ ନେବାକୁ ଯାଉଛି ତାଜ ମହଲ। ଏଥିପାଇଁ ଖଡ଼ିଆଳ ବ୍ଳକ ଡୁଆଝର ଗାଁର ଅମିତ ମେହେର କାରିଗର ନିଜର ସାଥିମାନଙ୍କ ସହ ମଞ୍ଚ ତିଆରୀରେ ଲାଗି ପଡିଥିବା ବେଳେ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି । ଫେବୃଆରୀ ୩ରୁ ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାର ର କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିବା ୫ତାରିଖ ଦିନ ପ୍ରସିଦ୍ଧ ସମ୍ଭଲପୁରୀ ଗାୟକ ହ୍ୟୁମାନ ସାଗର ଏବଂ ୭ ତାରିଖ ଦିନ ଷ୍ଟାର ନାଇଟ ପ୍ରୋଗ୍ରାମରେ ବଲିଉଡ ପ୍ରସିଦ୍ଧ ଗାୟକ ଜାଭେଦ ଅଲିଙ୍କ କାର୍ଯ୍ୟକ୍ରମ ଥିବା ଜଣାପଡିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now