୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ର ଶୁଭ ଉଦଘାଟନ ସହ ନୂତନ ଲୋଗୋ ଉନ୍ମୋଚିତ । ଜିଲ୍ଲାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ପାଳନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଉତ୍ସବ ଘୁମୁରା ଧୁମଧାମରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଗୁର୍ଜୀମୁଣ୍ଡା ଯୋଗମାୟା ପୀଠରୁ ଏହି ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରାର ଶୁଭ ଉଦଘାଟନ କରାଯାଇଛି । ଆଜିର ଲୋଗୋ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , ଜିଲ୍ଲା ସଂସ୍କୃତି ଅଧିକାରୀ , କେସିଙ୍ଗା ବିଡିଓ , ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now