ଭଦ୍ରକ ନେହେରୁ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଜିଲ୍ଳା ସାଂସ୍କୃତିକ ମହୋତ୍ସବ ଭଦ୍ରାୟନି ଓ ପଲ୍ଲୀଶ୍ରୀ ମେଳା । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ଘାଟନୀ ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ସହ ମନ୍ତ୍ରୀ ରବି ନାରାୟଣ ନାୟକ , ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଏହି ଜିଲ୍ଲା ମହୋତ୍ସଵକୁ ଉଦ୍ଘାଟନ କରିଥିଲେ। ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ଜିଲ୍ଲା ତଥା ରାଜ୍ୟ ବାହାରର କଳାକାର ସଙ୍ଗୀତ, ନୃତ୍ୟ ପରିବେଷଣ କରାଯାଉଥିବା ବେଳେ ,ଏହି ମହୋତ୍ସବରେ ମିଶନ ଶକ୍ତି ଜରିଆରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ଷ୍ଟଲ ଗୁଡିକ ପ୍ରଦର୍ଶିତ କରାଯାଇଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now