ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ

ଆଜି ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି। ଯାହାକୁ ପବିତ୍ର ପଙ୍କୋଦ୍ଧାର  ଏକାଦଶୀ କୁହାଯାଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ୱ ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ବିତ.ରାତିରେ ଦ୍ୱାରଫିଟା ହୋଇ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ  ରାତ୍ର ୪ଟାରୁ ମନ୍ଦିର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯାଇଥିଲା। ବର୍ଷ ତମାମ୍ ଲୋକନାଥ ଦେବଙ୍କ ଗମ୍ଭୀରାରେ ଅର୍ପଣ ହୋଇଥିବା ନୈଵେଦ୍ୟ ପଙ୍କରେ ପରିଣତ ହୋଇଥିବା ବେଳେ ଏହି ପଙ୍କ କଢାରେ ନିୟୋଜିତ ହୋଇଥିଲେ ସେବାୟତ ଓ ଭକ୍ତ। ପରେ ଲୋକନାଥଙ୍କୁ ମହାସ୍ନାନ କରାଯିବା ପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତକ୍ଷ ଲିଙ୍ଗ ଦର୍ଶନ କରି ଖୁସି ପ୍ରକଟ କରିବା ସହ ନିର୍ଗତ ପଙ୍କକୁ ଦେହରେ ବୋଳି ସକଳ ରୋଗ ଦୂର ହେବାର ବିଶ୍ୱାସ ରହିଥିବା ଭକ୍ତମାନେ କହିଛନ୍ତି। ଅନ୍ୟନଟେ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଦିନକପରେ ମହା ଶିବରାତ୍ରି ବା ଜାଗର। ଦୀପ ଜାଳି ଉଜାଗର ହୋଇ ଲୋକନାଥଙ୍କୁ ସ୍ମରଣ କଲେ ମାନସିକ ମନସ୍କାମନା ପୂରଣ ହୋଇଥାଏ। ଜାଗର ଯାତ୍ରା ପାଇଁ ମଧ୍ୟ ସମସ୍ତ ନୀତିକାନ୍ତି ଚୂଡାନ୍ତ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ପୁରୀର ପ୍ରସିଦ୍ଧ ଶୈବପୀଠ ଲୋକନାଥ ପୀଠରେ ଆସନ୍ତା ୨୬ ତାରିଖ ଜାଗର ଦିନ ରାତ୍ର ୧୨.୩୦ ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର୧୦ ରୁ ରାତ୍ର ୨ ପର୍ଯ୍ୟନ୍ତ ବିଭିନ୍ନ ନୀତିକାନ୍ତି, ରାତ୍ର ୩ ଘଟିକାରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଜାଗର ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୧୧ ପ୍ଲାଟୁନ ଫୋର୍ସ ଓ ଆବଶ୍ୟକ ପଡିଲେ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ପୁରୀ ଏସପି କହିଛନ୍ତି। ତେବେ ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ,ପରିଷ୍କାର ପରିଛନ୍ନତା,ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବ୍ୟବସ୍ଥା ମଧ୍ୟ ଜାଗର ଦିନ ଗ୍ରହଣ କରାଯିବ।

ଆଜି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ବାବା ଲୋକନାଥଙ୍କୁ ଦର୍ଶନ କରି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି l ସେପଟେ ଆଉ ଗୋଟିଏ ଦିନ ପରେ ମହା ଶିବରାତ୍ରି ଅନୁଷ୍ଠିତ ହେବ। ଯାହାକୁ ନେଇ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *