ଜାତୀୟ ଚଳଚ୍ଚିତ୍ର ପୁରଷ୍କାର- ମୋହନଙ୍କୁ ଦାଦାସାହେବ ଫାଲକେ- ଶାହାରୁଖ ଓ ରାନୀଙ୍କ ପ୍ରଥମ ନାସନାଲ ଆଓ୍ୱାର୍ଡ

ମୋହନ ଲାଲ ପାଇଲେ ଦାଦାସାହେବ ଫାଲକେ ପୁରଷ୍କାର। ଚଳଚ୍ଚିତ୍ର ଆଓ୍ୱାର୍ଡର ସର୍ବୋଚ୍ଚ ସମ୍ମାନଜନକ ପୁରଷ୍କାର ପାଇଛନ୍ତି ମାଲାୟାଲାମ ସୁପରଷ୍ଟାର ମୋହନଲାଲ। ଲିଜେଣ୍ଡେରୀ ଆକ୍ଟର, ଡାଇରେକ୍ଟର ଓ ପ୍ରଡ୍ୟୁସର ମୋହନଲାଲଙ୍କୁ ସମ୍ମାନିତ କରିଥିଲେ ରାଷ୍ଟ୍ରପତି। ଭାରତୀୟ ସିନେମାକୁ ତାଙ୍କର ଅବଦାନ ଅତୁଳନୀୟ। ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟାଲେଣ୍ଟ, ଭର୍ସାଲିଟି ଓ ନିରନ୍ତର ପରିଶ୍ରମ ତାଙ୍କୁ ଏକ ଗୋଲଡେନ ଷ୍ଟାଣ୍ଡାର୍ଡର ଭୂମିକାରେ ପହଞ୍ଚାଇଦେଇଛି। କିଙ୍ଗ ଖାନ୍ ଶାହାରୁଖ ପାଇଲେ ନିଜ କ୍ୟାରିଅରର ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର। ଦିଲ୍ଲୀ ବିଜ୍ଞାନ ଭବନରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବେଷ୍ଟ ଫିଚର ଫିଲ୍ମ ଭାବେ 12TH FAIL, ବେଷ୍ଟ ହିନ୍ଦୀ ଫିଲ୍ମ ଭାବେ କଥଲ- ଏ ଜ୍ୟାକଫ୍ରୁଟ୍ ମିଷ୍ଟେରି ଓ ବେଷ୍ଟ ଅଭିନେତା ଭାବେ ଜଓ୍ୱାନ ପାଇଁ ଶାହାରୁଖ୍ ଖାନ ଓ 12TH FAIL ଫେଲ୍ ପାଇଁ ବିକ୍ରାନ୍ତ ମେସି ଆଓ୍ୱାର୍ଡ ପାଇଛନ୍ତି। ଆଉ ରାଣୀ ମୁଖାର୍ଜୀ ବି ନିଜର ପ୍ରଥମ ନାସନାଲ ଫିଲ୍ମ ଆଓ୍ୱାର୍ଡ ପାଇଛନ୍ତି। ମିସେସ୍ ଚାଟାର୍ଜୀ ଭର୍ସେସ ନରଓ୍ୱେ ଫିଲ୍ମରେ ଲିଡିଂ ରୋଲ ପାଇଁ ରାଣୀ ଏହି ପୁରଷ୍କାର ପାଇଛନ୍ତି। ପୁରଷ୍କାର ସମାରୋହରେ ଶାହାରୁଖ ଓ ରାନୀ ଏକାଠି ବସିଥିଲେ। ଶାହାରୁଖଙ୍କୁ କିଙ୍ଗ ଅଫ ଆର୍ଟ୍ସ ବୋଲି କହିଥିଲେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ। ଆଉ ପ୍ରତିବଦଳରେ ଫ୍ଲାଇିଂ କିସ୍ ଦେଇ କୃତଜ୍ଞତା ଜ୍ଞାପନ କରିବାକୁ ଭୁଲିନଥିଲେ ଶାହାରୁଖ୍।ଗ୍ଲାମର ଓ ସେଲିବ୍ରିଟି ଦୁନିଆରେ ଏକ୍ସଲେନ୍ସ ପାଇଁ ଏହି ନାସନାଲ ଆଓ୍ୱାର୍ଡକୁ ଥିଲା ସମସ୍ତଙ୍କ ନଜର। ପାଓ୍ୱାରଫୁଲ୍ ପରଫରମାନ୍ସ ପାଇଁ ନାସନାଲ ଆଓ୍ୱାର୍ଡ ଆୟୋଜନ ମଞ୍ଚ ଏମାନଙ୍କୁ ସମ୍ମାନିତ କରି ଗୌରବାନ୍ୱିତ ଅନୁଭବ କରୁଥିଲା। ଫିଲ୍ମ କଟହଲକୁ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମର ଆଓ୍ୱାର୍ଡ ମିଳିଛି। ଏହାକୁ ନେଇ ନିର୍ମାତା ଏକତା କପୁର ପୁରା ଟିମକୁ କୃତଜ୍ଞତା ଜଣାଇଛନ୍ତି। ନିର୍ଦେଶକ ମେଘନା ଗୁଲଜାରଙ୍କୁ ରେଡ୍ କାର୍ପେଟରେ ଦେଖିବାକୁ ମିଳିଛି। ନିଜ ଫିଲ୍ମ ସେମ୍ ବାହାଦୁର ପାଇଁ ତିନୋଟି ଟ୍ରଫି ଜିତିଥିବାରୁ ଖୁସି ଜାହିର କରିବା ସହ ପୁରା ଶ୍ରେୟ ନିଜ ଟିମକୁ ଦେଇଛନ୍ତି ମେଘନା। ଧର୍ମା ପ୍ରଡକ୍ସନର ଫିଲ୍ମକୁ କ୍ରମାଗତ ତୃତୀୟ ଥର ଆଓ୍ୱାର୍ଡ ମିଳିଥିବାରୁ ଖୁସି ଜାହିର କରିଛନ୍ତି କରନ ଜୋହର। ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ସମ୍ମାନ ପାଇଛି। ଅନେକ ସେଲିବ୍ରିଟି ଏହି ସମାରୋହରେ ସାମିଲ୍ ହୋଇଥିଲେ। ଜାତୀୟ ଚଳଚ୍ଚିତ୍ର ପୁରଷ୍କାର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ୍ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *