ବିବାଦରେ ଫିଲ୍ମ ମେକର ଅନୁରାଗ କଶ୍ୟପ

ଏପ୍ରିଲ ୨୫ରେ ଅନୁରାଗ କଶ୍ୟପଙ୍କ ଫୁଲେ ଫିଲ୍ମ ରିଲିଜ ହେବାକୁ ଯାଉଛି। କିନ୍ତୁ ରିଲିଜ ଆଗରୁ ଏହାକୁ ନେଇ ଅନେକ ବିବାଦ ଆସିଲାଣି। ଫିଲ୍ମ ରିଲିଜ ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ବା ସିବିଏଫସି ଫିଲ୍ମରେ ଅନେକ କାଣ୍ଟଛାଣ୍ଟ କରିବାକୁ କହିଛି। ଏଭଳି ନିଷ୍ପତ୍ତିରେ ଅନୁରାଗ କ୍ଷୋଭ ଝାଡ଼ିଛନ୍ତି। ଏକ ଲମ୍ୱା ପୋଷ୍ଟ କରି ସିବିଏଫସିକୁ କଟାକ୍ଷ କରିଛନ୍ତି। ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ବି ବଡ଼ କଥା କହିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ଧଡ଼କ-୨ ର ସ୍କ୍ରିନିଂ ବେଳେ ସେନସର ବୋର୍ଡ କହିଥିଲା, ମୋଦି ଭାରତରେ ଜାତିଆଣ ବ୍ୟବସ୍ଥାକୁ ସମାପ୍ତ କରିଦେଇଛନ୍ତି। ଏହି ଆଧାରରେ ସନ୍ତୋଷ ଫିଲ୍ମ ବି ଭାରତରେ ରିଲିଜ୍ ହୋଇପାରିଲାନି। ଏବେ ବ୍ରାହ୍ମଣଙ୍କୁ ଫୁଲେ ଫିଲ୍ମକୁ ନେଇ ବି ଅସୁବିଧା ହେଲାଣି। ଯେତେବେଳେ ଜାତିପ୍ରଥା ହିଁ ନାହିଁ। ତା ହେଲେ ବ୍ରାହ୍ମଣ କଥା ଉଠୁଛି କାହିଁକି। ବ୍ରାହ୍ମଣ ସମାଜ କାହିଁକି ଜଳୁଛି। ଯଦି ଜାତିପ୍ରଥା ନଥିଲା, ତା ହେଲେ ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେ କାହିଁକି ଥିଲେ। ବ୍ରାହ୍ଣଣବାଦ ଅସ୍ତିତ୍ୱରେ ନଥିଲା ବୋଧେ। କାରଣ ମୋଦିଙ୍କ ହିସାବରେ ଦେଶରେ ଜାତିପ୍ରଥା ନାହିଁ। ଅନୁରାଗ ଏତିକିରେ ଥମିନଥିଲେ। ସବୁ ମିଶିକି ସ୍ପଷ୍ଟ କରିଦିଅ। ଭାରତରେ ଜାତିପ୍ରଥା ଅଛି କି ନାହିଁ। ବ୍ରାହ୍ମଣ ସବୁ ସ୍ଥିର କରନ୍ତି ନା ତାଙ୍କ ଉପରେ ତାଙ୍କର ଆଉ କେହି ବାପା ବସିଛନ୍ତି। ଫିଲ୍ମ ମେକର ଅନୁରାଗ କିଛି ଦିନ ପୂର୍ବରୁ ହିନ୍ଦୀ ଫିଲ୍ମ ଛାଡି ସାଉଥ ଫିଲ୍ମ କରିବାକୁ କହୁଥିଲେ। ବୋଧେ ଅନୁରାଗ ଫିଲ୍ମ ଦୁନିଆ ଛାଡ଼ୁଛନ୍ତି ବୋଲି ସୋସିଆଲ ମିଡିଆରେ ଉଠିଥିବା ଗୁଜବକୁ ନେଇ ବି ବର୍ଷିଛନ୍ତି। ଶାହାରୁଖ ଖାନଙ୍କଠୁ ବି ସେ ବହୁ ବ୍ୟସ୍ତ ବୋଲି କହିଛନ୍ତି ଅନୁରାଗ। ଅନୁରାଗ ମୁମ୍ୱାଇକୁ ଅଲବିଦା କହି ନୂଆ ସହରକୁ ଠିକଣା ବଦଳାଇଦେଇଛନ୍ତି ବୋଲି ଅପପ୍ରଚାର ହୋଇଥିଲା। ଏ ଖବର ତୁରନ୍ତ ବଲିଉଡରେ ହଲଚଲ ଖେଳାଇ ଦେଇଥିଲା। ଅନୁରାଗ ଜବାବ ଦେଇଛନ୍ତି ଯେ, ସେ କେବଳ ସହର ବଦଳାଇଛନ୍ତି। ଫିଲ୍ମ ନିର୍ମାଣ ଛାଡ଼ିନାହାନ୍ତି। ଯିଏ ଭାବୁଛନ୍ତି, ଅନୁରାଗ ହତାଶ ହୋଇ ଚାଲିଗଲେ। ସେମାନେ ଭ୍ରମରେ ରୁହନ୍ତୁନି। ୨୦୨୮ ଯାଏଁ ତାଙ୍କ ପାଖରେ ଡେଟ୍ସ ହିଁ ନାହିଁ। କେବଳ ଚଳିତବର୍ଷ ତାଙ୍କର ୫ଟି ଫିଲ୍ମ ରିଲିଜ ହେବାର ଅଛି। ଦୈନିକ ସେ ତିନୋଟି ପ୍ରୋଜେକ୍ଟକୁ ମନା କରୁଛନ୍ତି। ଚଳିତ ବର୍ଷ ଏକ ଇଣ୍ଟରଭ୍ୟୁରେ ଅନୁରାଗ କହିଥିଲେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରି ମାହୋଲ ଏବେ ବିଷାକ୍ତ ହୋଇସାରିଲାଣି। ସମସ୍ତେ ୫ଶହରୁ ୮ଶହ କୋଟି ବଜେଟର ଫିଲ୍ମ ନିର୍ମାଣ ପାଇଁ ଲାଗିଛନ୍ତି। ରଚନାତ୍ମକ ଫିଲ୍ମ କେଉଁଠି ହଜିଗଲାଣି। ସହର କେବଳ ବଡ଼ ଅଟ୍ଟାଳିକାରୁ ନୁହେଁ, ବରଂ ଏଠାକାର ଲୋକ ଏହାକୁ ବନାନ୍ତି। କିନ୍ତୁ ଏଠାରେ ଲୋକେ ଆପଣଙ୍କ ଗୋଡ଼ ଟାଣନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *