ମେଘନା ଗୁଲଜାରଙ୍କ ପରବର୍ତ୍ତୀ ଫିଲ୍ମରେ ପରଦାକୁ ଆସିବେ କରୀନା କପୁର। ଗୁଲଜାରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ଦାଏରାରେ କରୀନାଙ୍କ ସହ ପୃଥ୍ୱୀରାଜ ସୁକୁମାରନ ଅଭିନୟ କରିବେ। ଆଜି ସମସ୍ତେ ଏକାଠି ହୋଇ ଅଫିସିଆଲି ଦାୟରା ଫିଲ୍ମ ଓ ଏହାର ଷ୍ଟାରକାଷ୍ଟ ବାବଦରେ ଘୋଷଣା କରିଛନ୍ତି। ଏହି ଡ୍ରିମ୍ ଟିମରେ କାମ କରିବା ନେଇ ସେ ବେଶ୍ ଏକ୍ସସାଇଟ୍ ଅଛନ୍ତି ବୋଲି କହିଛନ୍ତି କରିନା। ସେ ଜଣେ ନିର୍ଦେଶକଙ୍କ ଝିଅ। ଆଉ ଏତିକିବେଳେ ଜଣେ ଫାଇନେଷ୍ଟ ଡାଇରେକ୍ଟରଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ଆଉ ଅପେକ୍ଷା କରିବା ମୁଡରେ ନାହାନ୍ତି। ଇନଷ୍ଟାଗ୍ରାମରେ ଉଭୟ କରିନା ଓ ପୃଥ୍ୱୀରାଜ ଆମ୍ନାସାମ୍ନା ବସି ଆଲୋଚନା କରିଥିବାର ଫଟୋ ପୋଷ୍ଟ କରିଛନ୍ତି। ଆଉ ଉଭୟଙ୍କୁ ମେଘନା ସ୍କ୍ରିପ୍ଟ ବାବଦରେ ବୁଝାଉଥିବାର ଫଟୋ ସାମ୍ନାକୁ ଆସିଛି। ହିନ୍ଦୀ ସିନେମାର ୨୫ ବର୍ଷ ପୂରଣ ବେଳେ କରିନା ଏହି ଫିଲ୍ମକୁ ନେଇ ବେଶ୍ ଖୁସି ଜାହିର୍ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now